Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chameli Case / କେନ୍ଦ୍ରାପଡ଼ା ସରପଞ୍ଚ ଚାମେଲିଙ୍କୁ ଗିରଫ ଘଟଣା: ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ, ରିପୋର୍ଟ ଆସିଲେ ନିଆଯିବ ଆକ୍ସନ

Bikash Mohanty
Browse all articles by Bikash Mohanty
·1 month ago·3 min read
କେନ୍ଦ୍ରାପଡ଼ା ସରପଞ୍ଚ ଚାମେଲିଙ୍କୁ ଗିରଫ ଘଟଣା:  ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ,  ରିପୋର୍ଟ ଆସିଲେ  ନିଆଯିବ ଆକ୍ସନ
Chameli

Key Points

କେନ୍ଦ୍ରାପଡ଼ା ସରପଞ୍ଚ ଚାମେଲିଙ୍କୁ ଗିରଫ ଘଟଣା
ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ବିୀରାଜ ହରିଚନ୍ଦନ
ରାଜ୍ୟ ସରକାର ସବିଶେଷ ତଥ୍ୟ ମାଗିଛନ୍ତି: ଆଇନ ମନ୍ତ୍ରୀ
ଭୁବନେଶ୍ବର,୧୪/୦୬: କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲିଙ୍କୁ ଗିରଫ ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କେନ୍ଦ୍ରାପଡ଼ାରେ ଯେଉଁ ଘଟଣା ଘଟିଛି ରାଜ୍ୟ ସରକାର ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି । ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣା ପଡିବ । ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ତାକୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର ଅବଗତ ଅଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ କିଏ ସମ୍ପୃକ୍ତ କାହାର ଦୋଷ ଅଛି ସ୍ପଷ୍ଟତା ଆସିବ । କୌଣସି ଘଟଣା ଘଟିଲେ ତାକୁ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ। ଏହାକୁ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ। ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ।

କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଏବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲା ୧୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଛନ୍ତି । କାଲି ଚାମେଲି ଜେଲ୍ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜେଲ୍ କର୍ତ୍ତୃପକ୍ଷ ଚାମେଲିଙ୍କୁ ପୁଣି ମେଡିକାଲ ପଠାଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ପରେ ତାଙ୍କୁ ଡାକ୍ତର କଟକ ରେଫର କରିଥିଲେ । ଚାମେଲିଙ୍କୁ ମେଡିକାଲ କର୍ମଚାରୀ ଓ ପୋଲିସ ଆମ୍ବୁଲାନ୍ସରେ କଟକ ନେବା ପାଇଁ ଭର୍ତ୍ତି କରିଥିଲେ ଆମ୍ବୁଲାନ୍ସରେ । ଚାମେଲିଙ୍କ ବାପା ଓ ତାଙ୍କ ସହଯୋଗୀ ମାନେ ଏହାର ପ୍ରତିବାଦ କରିବାରୁ ଚାମେଲି କଟକ ସ୍ଥାନାନ୍ତର ହୋଇପାରି ନଥିଲେ।

ଗତ ଜୁନ୍ ୧୦ ତାରିଖରେ ନିଜ ପଞ୍ଚାୟତର ସମସ୍ୟା ନେଇ ଚାମେଲି ମହାକାଳପଡ଼ା ବିଡିଓଙ୍କ ପାଖକୁ ଯାଇଥିଲେ l ସେଠାରେ ଭିଡିଓ ଶୁଟିଂ କରିବାରୁ ଆରମ୍ଭ ହୋଇଥିଲା ବିବାଦ l ମହାକାଳପଡ଼ା ବିଡିଓ ଓ ପୋଲିସ ପକ୍ଷରୁ ଚାମେଲିଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା l ଏହି ଏତଲା ଆଧାରରେ ପୋଲିସ ଗତ ୧୦ ତାରିଖରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ଏବଂ ଶନିବାର ଚାମେଲି ଓଝାଙ୍କୁ ଗିରଫ କରିଥିଲା l ଗିରଫ ପରେ ଚାମେଲିଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ପଢନ୍ତୁ ଏହି ଖବର: ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିଲେ l କିନ୍ତୁ ବିବାଦରେ ଫଶିଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଗୁରୁବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ୍ ବିଡିଓଙ୍କ ଚାମ୍ବରରେ ଚାମେଲି ଅଭିଯୋଗ କରିବା ସହ ଭିଡିଓ କରିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ । ବିଡିଓଙ୍କ ଫୋନ୍ ପାଇ ମହାକାଳପଡ଼ା ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା । ଏହାର ଲାଇଭ୍ ଭିଡିଓ କରି ସେ ସୂଚନା ଦେଇଥିଲେ । ତେବେ ଥାନାକୁ ନେଲା ବେଳେ ଗାଡ଼ି ଭିତରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ଚାମେଲି ଏସପିଙ୍କୁ ଲିଖିତ ଜଣାଇଛନ୍ତି । ଚାମେଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ସେପଟେ ପୋଲିସ ବିରୋଧରେ ଚାମେଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ଏସପି । ଚାମେଲି ଥାନା ଭିତରେ ବସିଥିବାର ଏକ ସିସି କ୍ୟାମେରା ଭିଡିଓ ଗଣମାଧ୍ୟମ ସହ ସେୟାର କରିଛନ୍ତି ଏସପି ।ତେବେ ବିଡିଓଙ୍କ ଅଭିଯୋଗ ଆଧାରରେ ଚାମେଲିଙ୍କ ସାନଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ପୋଲିସ।ଏବଂ ଚାମେଲିଙ୍କ ବିରୋଧରେ ପୋଲିସ ଦେଇଥିବା ଏତଲାକୁ ଗ୍ରହଣ କରି ମାମଲା ରୁଜୁ ହୋଇଛି । ପୋଲିସ ଗାଡି ଭିତରେ ସିସି କ୍ୟାମେରା ନଥିବାରୁ ଚାମେଲିଙ୍କୁ ମାଡ ଘଟଣାକୁ ପ୍ରମାଣ କରିବା ସହଜ ହେବ ନାହିଁ । କିନ୍ତୁ ବିଡିଓଙ୍କ ଚାମ୍ବରରେ ସିସି କ୍ୟାମେରାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chameli Ojha Arrest Case: Law Minister Says Action After Report Submission | Argus News