Videos
|
Odisha

୮ ଦିନ ଭିତରେ ୨ଟି ଲଘୁଚାପ ହେବାର ସମ୍ଭାବନା: ଭରଣା ହେବ ନିଅଣ୍ଟିଆ ବର୍ଷା

Ritu Das
Browse all articles by Ritu Das
·2 years ago·2 min read
୮ ଦିନ ଭିତରେ ୨ଟି ଲଘୁଚାପ ହେବାର ସମ୍ଭାବନା: ଭରଣା ହେବ ନିଅଣ୍ଟିଆ ବର୍ଷା

ଅର୍ଗସ ବ୍ୟୁରୋ: ଆସୁଛି ସିରିଜ୍ ଲଘୁଚାପ। ୮ ଦିନ ଭିତରେ ୨ଟି ଲଘୁଚାପ ହେବାର ସମ୍ଭାବନା। ବଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ। ଭରଣା ହେବ ନିଅଣ୍ଟିଆ ବର୍ଷା। ଚାଷୀ ପାଇଁ ଖୁସି ଖବର। ସାରା ରାଜ୍ୟରେ ଜାରି ରହିଛି ମୌସୁମୀଜନିତ ବର୍ଷା । କେଉଁଠି ଅଳ୍ପ ବର୍ଷା ହେଉଛି ତ ଆଉ କେଉଁଠି ପ୍ରବଳ ବର୍ଷା ଦେଖିବାକୁ ମିଳୁଛି । ଏହାରି ଭିତରେ ପାଣିପାଗକୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି। ଏହା ସହ ପଛକୁ ପଛ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ।

ସେହିପରି ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ୧୯ ତାରିଖରେ ଲଘୁଚାପ‌ରେ ପରିଣତ ହୋଇପାରେ। ଏହା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା କରାଇବ। ଏହି ଦୁଇଟି ଯାକ ସିଷ୍ଟମ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ କିମ୍ବା ୨୫ ତାରିଖରେ ଲଘୁଚାପ ରୂପ ନେଇପାରେ। ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ଜାରି ରହିଥିବା ନିଅଣ୍ଟିଆ ବର୍ଷା ଦୂର ହୋଇପାରେ।

ଅନ୍ୟପଟେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଥିବା ବେଳେ ଆସନ୍ତା ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗିରହିବ।ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଥିବାରୁ ନବରଙ୍ଗପୁର, କୋରାପୁଟ,ରାୟଗଡ଼ା, କଳାହାଣ୍ଡି,ନୂଆପଡ଼ା, ମାଲକାନାଗିରି ପାଇଁ ଜାରି ହୋଇଛି ୟେଲୋ ୱାର୍ଣୀଙ୍ଗ।ସେହିପରି ଆସନ୍ତାକାଲି ପାଇଁ ଗଞ୍ଜାମ,ଗଜପତି,ରାୟଗଡ଼ା,କନ୍ଧମାଳ,କଳାହାଣ୍ଡି,କୋରାପୁଟ ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ। ଏବଂ ୧୯ ତାରିଖ ବେଳକୁ ବଢିବ ବର୍ଷା ।

୧ ଜୁନରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୭୨.୬ ମୀମୀ ବର୍ଷା ରେକର୍ଡ ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ନିଅଣ୍ଟିଆ ବର୍ଷାକୁ ନେଇ ବାଲେଶ୍ଵର ରେ ସ୍ଥିତି ଉତ୍କଟ ଥିବା ବେଳେ ୧୩ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।ତେବେ ଯାହା ଆକଳନ କରାଯାଉଛି ଯଦି ଏହି ସିରିଜ ଲଘୁଚାପ ସକ୍ରିୟ ହେଉଛି ତେବେ ରାଜ୍ୟରେ ସ୍ଵାଭାବିକ ଠାରୁ ଭଲ ବର୍ଷା ହେବା ସହ ଭରଣା ହେବ ନିଅଣ୍ଟିଆ ବର୍ଷା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Chance of 2 | Argus News