Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘୂର୍ଣ୍ଣିବଳୟ ପ୍ରଭାବରେ ୭ରୁ ପ୍ରବଳ ବର୍ଷା ସମ୍ଭାବନା

Ritu Das
Browse all articles by Ritu Das
·2 years ago·2 min read
ଘୂର୍ଣ୍ଣିବଳୟ ପ୍ରଭାବରେ ୭ରୁ ପ୍ରବଳ ବର୍ଷା ସମ୍ଭାବନା

ଅର୍ଗସ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ୭ ରୁପ୍ରବଳ ବର୍ଷା ସମ୍ଭାବନା, ଭିଜିବ ରଥଯାତ୍ରା। ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି  ହେଲା ଘୁର୍ଣ୍ଣିବଳୟ। ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ୬ ରୁ ପ୍ରବଳ ବର୍ଷା। ୭ ରେ  ଭାରିବର୍ଷା ଥିବାବେଳେ ଭିଜିବ ରଥଯାତ୍ରା। ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଓ ପାଗ ମୁଖ୍ୟତଃ ମେଘୁଆ ରହିବ। 

ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ,ମାଲକାନଗିରି ଓ କୋରାପୁଟ ପ୍ରବଳ ବର୍ଷାକୁ  ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି  ୭ ତାରିଖରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ବର୍ଷା  ସହ କିଛି  ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବା ବେଳେ କୋରାପୁଟ, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ପାଇଁ  ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ  ବିଭାଗ। ସେହିପରି ଗଜପତି, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, କଟକ, ପୁରୀ, ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ  ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୯ ତାରିଖ ଯାଏ  ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଥିବା ବେଳେ ଧୀରେ ଧୀରେ ବର୍ଷର ପରିମାଣ କମିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  

ସେପଟେ ଚଳିତ ମୌସୁମୀ ସିଜିନରେ ଜୁନ ୧ ରୁ ଏଯାବତ ସମୁଦାୟ  ୧୯୧.୧ ମିମି ବର୍ଷା ହୋଇଥିବା ବେଳେ  ଏବେବି ରାଜ୍ୟରେ  ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ଏହି ସମୟରେ ସ୍ଵାଭାଵିକ ବର୍ଷା ରହିବା  କଥା ୨୫୫.୮୨୫୫.୮ ମିମି  । ସେହିପରି ୧୬  ଜିଲ୍ଲାରେ ନିଅଁଟିଆ ବର୍ଷା  ହୋଇଥିବା ବେଳେ ୧୧୭ .୮  ମିମି ବର୍ଷା  ସହ ମୟୁରଭଞ୍ଜ ଓ ୧୧୮.୩ ମିମି ସହ ବାଲେଶ୍ୱର ରେ ରେ ଅଧିକ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ୧୧ ଜିଲ୍ଲାରେ  ସ୍ୱାଭାବିକ ବର୍ଷା ଓ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ  ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Chance of heavy rain | Argus News