ଆସନ୍ତା 3 ଦିନ ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଥରୁଛି ସାରା ଓଡ଼ିଶା। ସୁନ୍ଦରଗଡ଼, କେଉଁଝର, କଳାହାଣ୍ଡି , କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ 1 ରୁ 2 ଟି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି l ଆଜି ସକାଳ ସମୟରେ ସର୍ବନିମ୍ନ 6 ଡିଗ୍ରୀ ରେକର୍ଡ଼ କରାଯାଇଛି l ପାହାଡିଆ ଅଞ୍ଚଳ ଜି ଉଦୟଗିରି ରେ 4.6 ତାପମାତ୍ରା ଓ ସିମିଲି ଗୁଡ଼ାରେ 5.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି l
ଆଭ୍ୟନ୍ତରୀଣ ଓଡିଶାରେ 9-13 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି l ଉପକୂଳ ଓଡିଶାରେ 12-15 ଡିଗ୍ରୀ ରେକର୍ଡ଼ କରାଯାଇଛି l ଭୁବନେଶ୍ୱରରେ 13.4 ରେକର୍ଡ଼ କରାଯାଇଛି l ଆଗମୀ 7 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ l ଆସନ୍ତା 3 ଦିନ ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି l ଅସନ୍ତାକାଲି ଭୁବନେଶ୍ୱରରେ ତାପମାତ୍ରା 15 ଡିଗ୍ରୀ ରହିବାର ସମ୍ଭାବନା ରହିଛି l ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ l
ଅଧିକ ପଢନ୍ତୁ ଓଡ଼ିଶା ଖବର