Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୧୨ ଘଣ୍ଟା ଭିତରେ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା

Swayangprajna Mishra
Browse all articles by Swayangprajna Mishra
·2 years ago
ଆସନ୍ତା ୧୨ ଘଣ୍ଟା ଭିତରେ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା

ଅର୍ଗସ ବ୍ୟୁରୋ : ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଂଚଳରେ ବର୍ଷା ସମ୍ଭାବନା। ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଦେଓଗଡ଼ରେ ବର୍ଷାର ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। କେନ୍ଦ୍ରୀୟ ଛତିଶଗଡ଼  ଓ ତାର  ପାଶ୍ୱବର୍ତ୍ତୀ ଅଂଚଳରେ ଏକ  ଘୁର୍ଣ୍ଣିବଳୟ ବ୍ୟାପି ରହିଥିବାରୁ ବର୍ଷା ସମ୍ଭାବନା ସହ ଆକାଶ ମେଘୁଆ ହେବାର  ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।

ଅଧିକ ପଢନ୍ତୁ : ଆସନ୍ତାକାଲିଠୁ ୩ ଦିନ ଯାଏ ରାଜ୍ୟରେ ବର୍ଷା

ସେପଟେ ସକ୍ରିୟ  ଥିବା  ଗୁରୁଚାପ  ବଳୟ  ପ୍ରଭାବରେ ରାଜ୍ୟକୁ  ଜଳୀୟବାଷ୍ପପୂର୍ଣ୍ଣ  ବାୟୁ ଚଳାଚଳ  ପ୍ରବେଶ  କରିଥିବାରୁ ଆସନ୍ତା ୧୨ ଘଂଟାରେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ହେବାର  ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chance of raining in some areas during next 12 hours | Argus News