Videos
|
Odisha

ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago·2 min read
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟକ ତାଙ୍କ ମୃତ୍ୟୁ ପାଇଁ ଦାୟୀ ହେବେ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଉତ୍ତର ମିଳିପାରୁନି । ହେଲେ ଅଭିଯୋଗ ଅନୁସାରେ, ଚାନ୍ଦବାଲି ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କୁ ନେଇ ଏବେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏ ମହିଳା ଜଣକ । 

କେତେବେଳେ କରୋନା ନିୟମକୁ ଫୁ କରି ଚର୍ଚ୍ଚାକୁ ଆସିଛନ୍ତି ତ ପୁଣି କେତେବେଳେ ନିଜ ପରିବାରକୁ ନେଇ । ହେଲେ ଏବେ ପୁଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମାନସୀ କିଛି କହିଥିବାର ନଜର ଆସିଛନ୍ତି । ସେ କହିଛନ୍ତି, ମୋର ଯଦି ମୃତ୍ୟୁ ହୋଇଯାଏ ତାହେଲେ ଏପାଇଁ ବାପି ରାୟ ଏବଂ ମୋ ସ୍ୱାମୀ ରଞ୍ଜନ ସାହୁ ଦାୟୀ ରହିବେ ବୋଲି କହିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଭିଡିଓରେ ମାନସୀ ଏକ ହସପିଟାଲ ବେଡରେ ଥିବା ଦେଖିବାକୁ ମିଳୁଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ସମସ୍ତେ ବାପି ରାୟ ବୋଲି ଜାଣନ୍ତି । ସେହିପରି ରଞ୍ଜନ ସାହୁ ହେଉଛନ୍ତି ମାନସୀଙ୍କ ସ୍ୱାମୀ । ବିଜେଡି ନେତା ରଂଜନ ସାହୁ ଏବେ ଭଦ୍ରକ ଜିଲ୍ଲା ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି । ତେବେ ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗୋଟିଏ ପଟେ ଏହି ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଯୋର ଚାଲିଥିବା ବେଳେ, କୁହାଯାଉଛି ମାନସୀ ନିଜେ ହିଁ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଯଦି ଏପରି କହୋଇଥାଏ, ତାହାଲେ କାହିଁକି ମାନସୀ ଏଭଳି ଭିଡିଓ ପୋଷ୍ଟ କଲେ ? ଏହାକୁ ନେଇ ଚାନ୍ଦବଲି ନିର୍ବାଚନ ମଣ୍ଡଳୀରେ ନାନା କଥା ଶୁଣିବାକୁ ମିଳୁଛି । ଏନେଇ ମାନସୀଙ୍କ ସ୍ୱାମୀ ରଂଜନ ସାହୁ, ବିଧାୟକ ବ୍ୟୋମକେଶଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
 

chandabali bjd issue | Argus News