Videos
|
Odisha

Elephant / ଚନ୍ଦକାରେ ବୁଲୁଛି ଅସୁସ୍ଥ ଦନ୍ତା ଚିକିତ୍ସା କରି ଛାଡ଼ିଦେଲା ବନ ବିଭାଗ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଚନ୍ଦକାରେ ବୁଲୁଛି ଅସୁସ୍ଥ ଦନ୍ତା ଚିକିତ୍ସା କରି ଛାଡ଼ିଦେଲା ବନ ବିଭାଗ
Questions Raised After Forest Department Releases Ailing Tusker in Chandaka

Key Points

ଚନ୍ଦକା ଜଙ୍ଗଲରେ ଅସୁସ୍ଥ ଦନ୍ତାର ପ୍ରାଥମିକ ଚିକିତ୍ସା କରି ଜଙ୍ଗଲରେ ଛାଡ଼ି ଦେଇଛି ବନ ବିଭାଗ । ଅସୁସ୍ଥ ଦନ୍ତା ଏବେ ଘୁରି ବୁଲୁଛି ଜଙ୍ଗଲ ଭିତରେ ।
ଭୁବନେଶ୍ଵର: ଶୁକ୍ରବାର ଟ୍ରାଙ୍କୁଲାଇଜ୍‍ କଲେ, ଶନିବାର ଜଙ୍ଗଲରେ ଛାଡ଼ିଦେଲେ । ସୁରକ୍ଷିତ ତ ଅସୁସ୍ଥ ଦନ୍ତା ? ମାଡ଼ି ଆସିବନି ତ ବିପଦ ? ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବା ବେଳେ ଦାନ୍ତ ପାଇଁ ଦନ୍ତାକୁ ଶିକାର କରିବେନି ତ ଶିକାରୀ ? ଚନ୍ଦକା ଜଙ୍ଗଲରେ ଅସୁସ୍ଥ ଦନ୍ତାର ପ୍ରାଥମିକ ଚିକିତ୍ସା କରି ଜଙ୍ଗଲରେ ଛାଡ଼ି ଦେଇଛି ବନ ବିଭାଗ । ଅସୁସ୍ଥ ଦନ୍ତା ଏବେ ଘୁରି ବୁଲୁଛି ଜଙ୍ଗଲ ଭିତରେ । ଆଉ ଏପରି ସମୟରେ ଜଙ୍ଗଲୀ ଦନ୍ତା ହାତୀର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁ ପ୍ରେମୀ I

କହିଛନ୍ତି, "ଏମିତି ଅସୁସ୍ଥ ସମୟରେ ଜଙ୍ଗଲରେ ବୁଲିଲେ ଦନ୍ତା ଜୀବନ ପ୍ରତି ରହିଛି ବିପଦ । ଅନ୍ୟ ଦନ୍ତା ହାତୀମାନେ ବି ଏହାର ଅସୁସ୍ଥତାର ଫାଇଦା ଉଠାଇ ଆକ୍ରମଣ ବି କରିପାରନ୍ତି, ନଚେତ ରାତ୍ରୀର ଅନ୍ଧକାରରେ ଶିକାରୀମାନେ ବି କରିପାରନ୍ତି ଟାର୍ଗେଟ୍ ।

ଏଥିସହ ପଢ଼ନ୍ତୁ: ସାରା ରାତି ଟ୍ରେନ୍‌ ଟ୍ରାକ୍‌ରେ ଛୁଆକୁ ଜଗି ରହିଲା ହାତୀ, କଢ଼େଇ ନେଲା ବାଟ; ଦେଖନ୍ତୁ Video

ଦନ୍ତାର ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବା ବେଳେ ପତିକ୍ରିୟା ରଖିଛି ବନ ବିଭାଗ I ଡିଏଫଓ ବିନୋଦ ଆଚାର୍ଯ୍ୟ କହିଛନ୍ତି, "ଦନ୍ତା ଉପରେ ୨୪ ଘଣ୍ଟିଆ କଡ଼ା ନଜର ରଖା ଯାଇଛି । ଦିନରାତି ୧୫ରୁ ଅଧିକ ଷ୍ଟାଫ ଜଗି ରହିଥିବା ବେଳେ ଡ୍ରୋନ ମାଧ୍ୟମରେ ବି ତାର ଗତିବିଧି ଉପରେ ନଜର ରଖା ଯାଇଛି । ଅନ୍ୟ ଦନ୍ତା ହାତୀଙ୍କ ସାମନା ସାମନି ଯେମିତି ନହେବ ସେଥିପ୍ରତି ନଜର ଦିଆ ଯାଉଛି । କିଛି ଦିନ ପର୍ଯ୍ୟନ୍ତ ବନ୍ଧୁକ ସହାୟତାରେ ଆଣ୍ଟି ବାୟୋଟିକ ମେଡିସିନ୍ ଦିଆଯିବା ପାଇଁ ଯୋଜନା କରାଯାଇଛି । ଧୀରେ ଧୀରେ ଫୁଲା କମିବ, ନ କମିଲେ ଆଗକୁ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆଗକୁ ବଢ଼ାଯିବ ।"

ଶୁକ୍ରବାର ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ନାକେଦମ୍ ହୋଇଥିଲା ଟିମ୍ । ୨୦ ଜଣିଆ ଡାକ୍ତରୀ ଟିମ୍ ସହିତ ବନ ବିଭାଗ ଟିମ ଟ୍ରାଙ୍କୁଲାଇଜ୍‌ରେ ସାମିଲ୍ ଥିଲା । ସ୍ଵତନ୍ତ୍ର ଗାଡ଼ିରେ ଅତି ନିକଟରୁ ଜାଇଲେଳିନ୍ ଓ କେଟାମିନ୍ ମିଶାଇ ବନ୍ଧୁକରୁ ଟ୍ରାଙ୍କୁଲାଇଜ୍ କରିଥିଲେ ବିଶେଷଜ୍ଞ । ଦନ୍ତା ଚେତା ଶୂନ୍ୟ ହେବା ପରେ ପ୍ରାଥମିକ ପରୀକ୍ଷାରେ ତାର ବାମଗୋଡ଼ ଆଣ୍ଠୁରେ ବଡ଼ ହିମାଟୋମା ହୋଇଥିବା ଜଣାପଡ଼ିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଟ୍ରେନ ଧକ୍କାରେ ଗଲା ୮ ଗଜରାଜଙ୍କ ଜୀବନ

ମେଟାଲ ଡିଟେକ୍ଟର ସ୍କାନ୍ ପରେ ଫୁଲାସ୍ଥାନରେ ଜମାଟ ହୋଇଥିବା ରକ୍ତକୁ ମେଲଟ କରିବା ପାଇଁ ଆଣ୍ଟିବାୟୋଟିକ୍ ସହିତ ପେନ୍ କିଲର ଦିଆଯାଇ ତାକୁ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା । ଯେହେତୁ ଦନ୍ତା ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ ତାକୁ ରେସ୍କ୍ୟୁ ସେଣ୍ଟରରେ ରଖାଯାଇ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇ ପାରିଥାନ୍ତା । କାହିଁକି ରେସ୍କ୍ୟୁ ସେଣ୍ଟରରେ ନ ରଖି ବନ ବିଭାଗ ଏଭଳି ନିଷ୍ପତ୍ତି ନେଲା ତାକୁ ନେଇ ଏବେ ବନ ବିଭାଗ ପ୍ରଶ୍ନ ଘେରରେ ରହିଛି ।

Related Topics

Explore more stories