Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Heartbreaking / ସାରା ରାତି ଟ୍ରେନ୍‌ ଟ୍ରାକ୍‌ରେ ଛୁଆକୁ ଜଗି ରହିଲା ହାତୀ, କଢ଼େଇ ନେଲା ବାଟ; ଦେଖନ୍ତୁ Video

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସାରା ରାତି ଟ୍ରେନ୍‌ ଟ୍ରାକ୍‌ରେ ଛୁଆକୁ ଜଗି ରହିଲା ହାତୀ, କଢ଼େଇ ନେଲା ବାଟ; ଦେଖନ୍ତୁ Video
Dhenkanal: Mother Elephant Keeps Vigil on Railway Track to Save Injured Calf

Key Points

ବିଳମ୍ବିତ ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା ହାତୀଛୁଆଟି । ତା ପରେ ମାଆ ହାତୀ ଛୁଆଟିକୁ ଗୋଡ଼ ଓ ଷୁଣ୍ଢରେ ଗଡ଼ାଇ ଗଡ଼ାଇ ନେଇ ଟ୍ରେନ୍ ଟ୍ରାକ୍ ପାର୍ କରି ଜଙ୍ଗଲକୁ ନେଇ ପଳାଇଥିଲା ।
ଢେଙ୍କାନାଳ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଛୁଆ । ଆଉ ସେହି ସମୟରେ କୋଉ ମାଆ ବା କେମିତି ସହିଥାନ୍ତା । କେମିତି ତାର ଛୁଆକୁ ମୃତ୍ୟୁ ମୁଖରେ ଛାଡ଼ି ଚାଲି ଯାଇଥାନ୍ତା ? ଏଠି କୌଣସି ମଣିଷର କଥା କହୁ ନାହୁଁ ।

ଏ ବେଦନା ହେଉଛି, ଏକ ମାଆ ହାତୀର । ଛୁଆକୁ ବଞ୍ଚାଇବାକୁ ସାରା ରାତି ଏମିତି ଟ୍ରେନ୍ ଟ୍ରାକ୍‌ରେ ଚକ୍କର କାଟିଥିଲା ମାଆ ହାତୀଟି । ଆଉ କୌଶଳ ପ୍ରୟୋଗ କରି କେତେବେଳେ ଗୋଡ଼ରେ ତ ଆଉ ଷୁଣ୍ଢ ଲଗାଇ ଛୁଆକୁ ଟ୍ରେନ୍ ଟ୍ରାକ୍ ପାର୍ କରାଇଥିଲା ।


ଶୀତର ପ୍ରକୋପ ଭିତରେ ବିଳମ୍ବିତ ରାତିରେ ଏଭଳି ପ୍ରୟାସ ଜାରି ରଖିଥିଲା ମାଆ ହାତୀଟି । ଆଉ ଶେଷରେ ଛୁଆକୁ ଜଙ୍ଗଲ ଭିତରକୁ ନେବାରେ ବି ସଫଳ ହେଲା । ହେଲେ ବିଦ୍ୟୁତ୍ ଆଘାତ ଖାଇଥିବା ହାତୀଛୁଆଟି ବଞ୍ଚି ପାରିଲାନି । ହେଲେ ଛୁଆକୁ ବଞ୍ଚାଇବା ପାଇଁ ମାଆ ହାତୀ ଯେଉଁ ପ୍ରୟାସ କଲା, ତାହା ସମସ୍ତଙ୍କ ହୃଦୟ ଜିତି ନେଇଛି ।

ଏଥିସହ ପଢ଼ନ୍ତୁ: ଗିଲ୍ ଆଉଟ୍‍, ଇଷାନ ଇନ୍; ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଗଦାଶୀଳା ଫରେଷ୍ଟ ସେକ୍ସନ୍ ମହାଦିଆ ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା ହାତୀଛୁଆଟି । ତା ପରେ ମାଆ ହାତୀ ଛୁଆଟିକୁ ଗୋଡ଼ ଓ ଷୁଣ୍ଢରେ ଗଡ଼ାଇ ଗଡ଼ାଇ ନେଇ ଟ୍ରେନ୍ ଟ୍ରାକ୍ ପାର୍ କରି ଜଙ୍ଗଲକୁ ନେଇ ପଳାଇଥିଲା । ଶନିବାର ହାତୀଛୁଆଟିର ମୃତ୍ୟୁ ହୋଇଛି ।

ଛୁଆକୁ ବଞ୍ଚାଇବା ପାଇଁ ପ୍ରାଣ ମୂର୍ଚ୍ଛା ପ୍ରୟାସ କରିଥିଲା ମାଆ ହାତୀ । ହେଲେ ସଫଳ ହୋଇ ପାରିଲାନି ସିନା କିନ୍ତୁ ସମାଜକୁ ବଡ଼ ଶିକ୍ଷା ଦେଇଛି । ମାଆ ପାଇଁ ଛୁଆ କେତେ ଯେ ମହତ୍ତ୍ଵ ରଖେ, ବଖାଣିଛି ।

ଢେଙ୍କାନାଳରେ ଛୁଆ ପାଇଁ ମାଆ ହାତୀର ପ୍ରୟାସ ଭିତରେ ଆସାମରେ ଘଟିଛି ଅଘଟଣ । ଆସାମର ହୋଜଇରେ ଭୋର୍ ସମୟରେ ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୮ଟି ହାତୀଙ୍କର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଟ୍ରେନ ଧକ୍କାରେ ଗଲା ୮ ଗଜରାଜଙ୍କ ଜୀବନ

ହାତୀପଲଙ୍କୁ ଧକ୍କା ଦେଇ ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ୍ ହୋଇଛି । ରାଜଧାନୀ ଏକ୍ସପ୍ରେସ୍‌ର ୫ଟି ବଗି ଟ୍ରାକ୍‌ରୁ ଖସି ପଡ଼ିଥିବା ବେଳେ କୌଣସି ଯାତ୍ରୀ ମୃତାହତ ହୋଇ ନଥିବା ସୂଚନା ମିଳିଛି । ରାତି ପ୍ରାୟ ୨ଟା ୧୭ ସମୟରେ ଏହି ଦୁର୍ଘଟଣା ଘଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mother Elephant Guards Calf All Night on Railway Track in Odisha | Argus News | Argus News