Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମା'ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଆରମ୍ଭ

Odisha

ମା'ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଆରମ୍ଭ

Ritu Das
Browse all articles by Ritu Das
·2 years ago·1 min read
ମା'ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଆରମ୍ଭ

ଅର୍ଗସ ବ୍ୟୁରୋ: ବୈଶାଖମାସ ଶୁକ୍ଳପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ। ଏହି ଦିନେ ଚାଷୀମାନେ ଚାଷ ଅନୁକୂଳ କରିଥାନ୍ତି। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ। 

ତେବେ ଏହି ଦିନଠାରୁ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସିନୀ ମା' ଶାରଳାଙ୍କ ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ଏହି ପବିତ୍ର ଅକ୍ଷୟ ତୃତୀୟାରେ ମା' ଶାରଦା ଜଗନ୍ନାଥ ଙ୍କ ବେଶ ସହ ଦୁର୍ଗାମାଧବକ ବେଶ ମଧ୍ୟ ହୋଇଥାନ୍ତି। ଆଜି ଠାରୁ ମା' ଶାରଳାଙ୍କ ସ୍ୱତନ୍ତ୍ର ପୂଜାବିଧି ସହ  ଦୀର୍ଘ ଏକୋଇଶି ଦିନ ଧରି ଲଟା ଭଉଁରୀ ଚାପ ଖେଳାଯାଏ ଯାହା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନଥାଏ। ଗତବର୍ଷ ବାଣ ଅଘଟଣକୁ ଆଡେଇବା ପାଇଁ ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ବାଣ ଫୁଟା ବନ୍ଦ କରାଯାଇଛି। ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Chandan Yatra | Argus News