ଜୁନ ୧୨ରେ ଶପଥ ଗ୍ରହଣ ସମାରୋହ
·1 year ago

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ । ଜୁନ ୧୨ରେ ଶପଥ ଗ୍ରହଣ ସମାରୋହ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ୭୪ ବର୍ଷ ବୟସ୍କ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ । ଏହା ପୂର୍ବରୁ ସେ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।
ବିଧାନସଭା ନିର୍ବାଚନରେ ଟିଡିପି ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି । ୧୭୫ ଆସନରୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ଏକାକୀ ୧୩୧ଟି ସିଟ୍ ମିଳିଛି । ୨୦୧୯ରେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା । କିନ୍ତୁ ୫ବର୍ଷ ପରେ ଟିଡିପି, ବିଜେପି ଓ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ମିଶି ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: