Videos
|
Odisha

Chandrika Case / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ବଏଫ୍ରେଣ୍ଡ ଭୀମସେନଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ବଏଫ୍ରେଣ୍ଡ ଭୀମସେନଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
Bhimsen Tudu

Key Points

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା
ଚନ୍ଦ୍ରିକାଙ୍କ ବଏଫ୍ରେଣ୍ଡ ଭୀମସେନଙ୍କୁ ମିଳିଲା ବେଲ
ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି କୋର୍ଟ
କଟକ,୦୩/୦୯: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୫୦ ହଜାର ଟଙ୍କାର ୨ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆବଶ୍ୟକ ବେଳେ ପୋଲିସକୁ ସହଯୋଗ କରିବା ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି କୋର୍ଟ । ନିମ୍ନ ଅଦାଲତରେ ତାଙ୍କର ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଭୀମସେନ ଟୁଡୁ ।

ଝିଅକୁ ନ୍ୟାୟ ଦେବା ପାଇଁ ଏବେ ବି ଅପେକ୍ଷାରେ ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ପରିବାର ଲୋକେ। ଝିଅର ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରି ପାରୁନାହାନ୍ତି ମାଁ ହୀରାମଣି ହେମ୍ବ୍ରମ। ଗିରଫ ହୋଇଥିବା ପୁରୁଷ ବନ୍ଧୁ ଭୀମସେନଙ୍କୁ ହାଇକୋର୍ଟରୁ ଜାମିନ ମିଳିଗଲା। ହେଲେ ଝିଅକୁ ନ୍ୟାୟ କେବେ ମିଳିବ ସେ ନେଇ ଏବେ ବି ଅପେକ୍ଷାରେ ରହିଛନ୍ତି ମୃତ ଡାକ୍ତରୀ ଛାତ୍ରୀଙ୍କ ପରିବାର ଲୋକେ।

ପୋଲିସ ଘଟଣାର ତଦନ୍ତ କରି ଅବଶ୍ୟ ପୁରୁଷ ବନ୍ଧୁଙ୍କୁ ଗିରଫ୍ କରିଥିଲା। ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରିବା ଭଳି ମାମଲା ରୁଜୁ କଲା। ସେ ଜେଲ ଗଲେ। ହେଲେ ଏବେ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭୀମସେନଙ୍କ ବାନ୍ଧବୀଙ୍କୁ କାହିଁକି ଗିରଫ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୃତ ଡାକ୍ତରୀ ଛାତ୍ରୀଙ୍କ ମାଁ। ସେ ଆଗାମୀ ସମୟରେ ପୁଣି ନ୍ୟାୟାଳୟରେ ନ୍ୟାୟ ପାଇଁ ଗୁହାରି କରିବେ ବୋଲି କହିଛନ୍ତି।

ପଢନ୍ତୁ ଏହି ଖବର: ଛାତ୍ରୀଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ କରି ନିଲମ୍ବିତ ହେଲେ ଦୁଇ ଶିକ୍ଷକ, ଗିରଫ ଦାବି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ଜୁନ୍ ୪ରେ ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଗିରଫଦାରୀ ଏଡ଼ାଇବାକୁ ପ୍ରଥମେ ଆଗୁଆ ଜାମିନ ଆବେଦନ କରିଥିଲେ ଭୀମସେନ । କିନ୍ତୁ ଜୁନ୍ ୧୩ ତାରିଖରେ ଭୀମସେନଙ୍କୁ ମୟୂରଭଞ୍ଜରୁ ଗିରଫ କରିଥିଲା ପୋଲିସ ।

ଚନ୍ଦ୍ରିକାଙ୍କ ପରିବାର ତରଫରୁ ଦିଆଯାଇଥିବା ଏତଲା ଆଧାରରେ, ଜୁନ୍ ୧୩ରେ ଗିରଫ ହୋଇଥିଲେ ଅଭିଯୁକ୍ତ ଭୀମସେନ ଟୁଡୁ । ଏହାପରେ ଭୀମସେନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ବାରଙ୍ଗ ପୋଲିସ । ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଭୀମସେନଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିଲା ।

ବର୍ତ୍ତମାନ ହାଇକୋର୍ଟ ଭୀମସେନଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଅନ୍ୟପଟେ ତଦନ୍ତକାରୀ ଅଧିକାରୀ ଆଉ କିଛି ଦିନ ପରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିବେ। ସେହି ଅନୁଯାୟୀ ମୃତକଙ୍କ ପରିବାର ଚାହିଁଲେ ପୁଣି ଆଇନର ସାହାରା ନେଇ ପାରିବେ ବୋଲି କହିଛନ୍ତି ଆଇନଜୀବୀ ମାନସ ଚାନ୍ଦ