Chandrika Death Case / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଆଜି ପୁଣି ପୁରୁଷ ବନ୍ଧୁ ଭୀମସେନଙ୍କୁ ଜେରା, ଉଭୟଙ୍କ ଚାଟିଂ ସମ୍ପର୍କରେ ହେବ ଜେରା
·2 months ago·2 min read

Key Points
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା
ଆଜି ପୁଣି ପୁରୁଷ ବନ୍ଧୁ ଭୀମସେନଙ୍କୁ ହେବ ଜେରା
ମୋବାଇଲ, ଲ୍ୟାପଟପ୍ ଓ ଟ୍ୟାବଲେଟରେ ଥିବା ଚାଟିଂ ନେଇ ଜେରା

କଟକ,୨୪/୦୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ରହସ୍ୟ ନେଇ ଆଜି ପୁଣି ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଜେରା କରିବ ପୋଲିସ। ଗତକାଲି ପ୍ରଥମ ଦିନରେ ରିମାଣ୍ଡ ନେଇଥିବା ବାରଙ୍ଗ ପୋଲିସ ଭୀମସେନଙ୍କୁ କରିଥିଲା ଘନଘନ ଜେରା। ମୋବାଇଲ, ଲ୍ୟାପଟପ୍ ଓ ଟ୍ୟାବଲେଟରେ ଥିବା ଚାଟିଂ ସମ୍ପର୍କରେ ଜେରା କରିଥିଲା ପୋଲିସ।
ଖୋଲିବ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁର ରହସ୍ୟ । ବଢ଼ିଲା ସରକାରୀ ବାବୁ ତଥା ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ପାଇଁ ଅଡୁଆ । ଚନ୍ଦ୍ରିକା ମୃତ୍ୟୁ ମାମଲାକୁ ୨୦ ଦିନ ବିତି ଯାଇଥିବା ବେଳେ ଏବେ ଅଭିଯୁକ୍ତ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାରଙ୍ଗ ଥାନା ପୋଲିସ ।
ପ୍ରଥମ ଦିନରେ ବୟଫ୍ରେଣ୍ଡ ଭୀମସେନ ଟୁଡୁଙ୍କୁ କରାଯାଇଛି ଘନଘନ ଜେରା । ସେପଟେ ଦ୍ଵିତୀୟ ପ୍ରେମିକାଙ୍କୁ ବି ଡାକିପାରେ ବାରଙ୍ଗ ପୋଲିସ । ସରକାରୀ ବାବୁ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରୁଛି । ଆବଶ୍ୟକ ପଡ଼ିଲେ ଭୀମସେନଙ୍କ ଦ୍ଵିତୀୟ ପ୍ରେମିକାଙ୍କୁ ବି ଡାକିପାରେ । ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇ ଭୀମସେନଙ୍କୁ ଜେରା କରାଯାଉଛି । ଭୀମସେନଙ୍କ ବିରୋଧରେ ପୋଲିସ BNSର ଦଫା ୧୦୮ ଲଗାଇଛି । ଏଥିପାଇଁ ଯଥେଷ୍ଟ ଡିଜିଟାଲ ପ୍ରମାଣଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।
ପଢନ୍ତୁ ଏହି ଖବର: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଗିରଫ ସଂଖ୍ୟା ୨୧କୁ ବୃଦ୍ଧି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚନ୍ଦ୍ରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଭୀମସେନକୁ ବିଳମ୍ବରେ ରିମାଣ୍ଡରେ ଆଣିଥିବାରୁ ପ୍ରଶ୍ନ ଉଠିଛି । ଯେ କୌଣସି ମାମଲାରେ ଅଭିଯୁକ୍ତଙ୍କୁ ବିଳମ୍ବରେ ରିମାଣ୍ଡରେ ଆଣିଲେ ଅନେକ ତଥ୍ୟ ପ୍ରମାଣ ନଷ୍ଟ ହେବା ସହ ତଦନ୍ତକାରୀ ଟିମ୍ ଚାହୁଁଥିବା ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ପାଇ ପାରିବ ନାହିଁ । ଏ କ୍ଷେତ୍ରରେ ପୋଲିସକୁ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିପାରେ ।
ଆଇନ୍ ଉପରେ ସମ୍ପୂର୍ଣ୍ଣ ବିଶ୍ଵାସ ଅଛି ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ପରିବାର । ଡାକ୍ତରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ତ୍ରି-କୋଣୀୟ ପ୍ରେ ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଛି । ତେଣୁ ଭୀମସେନ କାହିଁକି ଚନ୍ଦ୍ରିକାଙ୍କୁ ପତାରଣା କଲେ ଓ ତାଙ୍କ ଜୀବନରେ ଅନ୍ୟ ଜଣେ ଯୁବତୀଙ୍କ ପ୍ରବେଶ ଚନ୍ଦ୍ରିକାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କଲାକି ସେହି ଦିଗରେ ଆଗଉଛି ବାରଙ୍ଗ ପୋଲିସର ତଦନ୍ତ।
୧୫ ବର୍ଷର ସମ୍ପର୍କ
୧୫ ବର୍ଷ ହେଲା ଚନ୍ଦ୍ରିକାଙ୍କ ସମ୍ପର୍କରେ ଥିଲେ ଭୀମସେନ । ବାହାଘର ପୂର୍ବରୁ ଯୌତୁକ ନେଇଥିଲେ ଟିଭି, ଫ୍ରିଜ୍ ଓ ଏସି । ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ଯୋଗୁଁ ବଦଳିଗଲା ସବୁକିଛି । ଉଦଳା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ ରଶ୍ମିତା । ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଚନ୍ଦ୍ରିକା ଓ ଭୀମସେନ ପରସ୍ପର ସହ ସମ୍ପର୍କରେ ଥିଲେ ବୋଲି କହିଛନ୍ତି ।

Related Topics
Explore more stories