Red Flag Case / ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଗିରଫ ସଂଖ୍ୟା ୨୧କୁ ବୃଦ୍ଧି
·1 hour ago·2 min read

Key Points
ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡା ଭିଡ଼ ହିଂସା ମାମଲା
ଏହି ଘଟଣାରେ ଗିରଫ ସଂଖ୍ୟା ୨୧କୁ ବୃଦ୍ଧି
ରାୟଗଡା ଏସ୍ ପି ରାଜ ପ୍ରସାଦଙ୍କ ସୂଚନା
ସେପଟେ ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ହେଲା ଗାଁ

ରାୟଗଡ଼ା,୨୧/୦୬: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା । ପିଲା ଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଅନୁଭବ କରି କେସକୁ ରେଡ୍ ଫ୍ଳାଗ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ଅନୁରୋଧ କରିଛି। ଘଟଣାର ତଦନ୍ତରେ କ୍ରାଇମବ୍ରାଞ୍ଚକୁ ରାୟଗଡା ପୁଲିସ ସହାୟତା କରୁଛି ବୋଲି ରାୟଗଡା ଏସ୍ ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।
ଏହି ଭିଡ଼ି ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତରଫରୁ ଏକାଧିକ ଟିମ୍ ଗଠନ କରାଯାଇଛି। ଘଟଣାରେ ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଏବଂ ପରବର୍ତ୍ତି ସମୟରେ ଏହାକୁ ଭାଇରଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ଏସପି କହିଛନ୍ତି ।
ଏହାଛଡ଼ା ପୁଲିସର ସାଇବର ଟିମ ଏବଂ ଦକ୍ଷିଣ ପୂ୍ର୍ବାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିଲେ। ସମସ୍ତ ଘଟଣା ସେ ନିଜେ ତଦାରଖ କରୁଥିବା ପ୍ରକାଶ କରିଥିଲେ। ଘଟଣାକୁ ନେଇ ବର୍ତମାନ ସୁଦ୍ଧା ୩ଟି କେସ ହୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ୨ ସ୍ବେଚ୍ଛୋସେବୀ ଏଫଆଇଆର ଦାଖଲ କରିନାହାନ୍ତି ବୋଲି ଜଣାପଡିଛି। ଆକ୍ରମଣର ଶିକାର ହୋଇଥିବା ୨ଜଣ କିଭଳି ଶୀଘ୍ର ସୁସ୍ଥ ହେବେ ସେ ନେଇ ପୁଲିସ ପ୍ରୟାସ ଜାରି ରଖିଛି ବୋଲି ଏସପି କହିଛନ୍ତି।
ପଢନ୍ତୁ ଏହି ଖବର: ରାଜଧାନୀରୁ ରାୟଗଡ଼ା... କାହିଁକି ହିଂସ୍ର ପାଲଟି ଯାଉଛି ମଣିଷ ?
୧୬ ତାରିଖ ଗୁଗୁଲ୍ ମ୍ୟାପର ସହାୟତାରେ ଗ୍ରାମ ବିକାଶ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଦିଲ୍ଲୀ ଆଜାଦପୁରର ଯୁବକ ସୁମନ ଝା ଓ ଗୁଜରାଟ ରାଜ୍ୟ ସୁରତର ଅର୍ପିତା ସୂତାରୀୟା କନ୍ଧମାଳଜିଲ୍ଲା ଦାରିଙ୍ଗବାଡି ଠାରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍କୁ କଲ୍ୟାଣସିଂହପୁର ଦେଇ ଯାଉଥିଲେ । ସେମାନଙ୍କୁ ଧାମୁଣିପଙ୍ଗା ପଞ୍ଚାୟତ କାନ୍ଦୁଲଗୁଡ଼ା ଗାଁ ପାଖରେ ଗାଁ ଲୋକଙ୍କୁ ରାସ୍ତା ପଚାରି ଗାଁକୁ ଆସି ପିଲାଙ୍କ ସହ ରଜ ଦୋଳି ଖେଳିବା ସହ ପିଲାମାନଙ୍କୁ ବିସ୍କୁଟ ବାଣ୍ଟିଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ୨ ସ୍ବେଛାସେବୀଙ୍କୁ ପିଲାଚୋର ଭାବି ହୋହାଲା କରିଥିଲେ । ଗ୍ରାମବାସୀମାନେ ଏକତ୍ରିତ ହୋଇ ଦୁଇ ଜଣଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ। କୌଣସି ସୂତ୍ରରୁ ଖବର ପାଇ କଲ୍ୟାଣସିଂହପୁର ଥାନା କର୍ମଚାରୀ ତଥା ପାର୍ସାଲି ପଞ୍ଚାୟତ ଭାଲେରି ଗ୍ରାମର ବଳରାମ ବାଗ ୨ ଜଣଙ୍କୁ କୌଣସିମତେ ଉଦ୍ଧାର କରି ଥାନାକୁ ଆଣିଥିଲେ। ପରେ ଚିକିତ୍ସା ପାଇଁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଆକ୍ରମଣ ଏବଂ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜ ପ୍ରସାଦ ଏବଂ ରାୟଗଡା ଏସଡିପିଓ ଗୌରହରୀ ସାହୁ କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଦୁଇ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories