Chandrika Death Case / ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା; ଆତ୍ମସମର୍ପଣ କଲା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର
·2 hours ago·2 min read

Key Points
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା
ଆତ୍ମସମର୍ପଣ କଲା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ
ମୟୂରଭଞ୍ଜ ବିଶୋଇ ଥାନାରେ କଲା ଆତ୍ମସମର୍ପଣ
କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର

ବାରିପଦା,୧୩/୦୬: ବହୁଚର୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ବହୁ ଦିନର ଲୁଚକାଳି ପରେ ଶେଷରେ ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ।ଗତକାଲି ରାତିରେ ଯାଇ ମୟୂରଭଞ୍ଜ ବିଶୋଇ ଥାନାରେ କଲା ଆତ୍ମସମର୍ପଣ।
ସୂଚନାଥାଉକି, ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଥିଲା।
ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ । ଗୋରା ହେବାକୁ କସମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକଶନ ନେଉଥିଲେ । ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ହିରାମଣି ପୋଲିସକୁ କହିଥିଲେ ।
ପଢନ୍ତୁ ଏହି ଖବର: କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ, ପତ୍ନୀ ଓ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ କରିଥିଲେ ଆଶୁତୋଷ
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ଚନ୍ଦ୍ରିକାଙ୍କ ମାମୁ ଝିଅ ରଶ୍ମିତା । ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଚନ୍ଦ୍ରିକା ଓ ଭୀମସେନ ପରସ୍ପର ସହ ସମ୍ପର୍କରେ ଥିଲେ । ଏତିକି ନୁହେଁ ବାହାଘର ହୋଇନଥିଲେ ବି ଆଗୁଆ ଯୌତୁକ ନେଇଥିଲେ ଭୀମସେନ । ଚନ୍ଦ୍ରିକାଙ୍କ ଟଙ୍କାରେ ଭୁବନେଶ୍ବରରୁ ଫ୍ରିଜ, ଟିଭି, ଏସି କିଣି ନିଜ ଘରକୁ ନେଇଥିଲେ ଭୀମସେନ । ପୂର୍ବରୁ ଲ୍ୟାପଟପ୍, ଆଇପ୍ୟାଡ ଓ ଟ୍ୟାବଲେଟ ନେଇଥିବା କହିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ। ବାହାଘର ଠିକ୍ ହୋଇଥିଲା, ଆଗୁଆ ଯୌତୁକ ବି ନେଇଥିଲେ କିନ୍ତୁ ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ବଦଳାଇଦେଲା ସବୁକିଛି ।
ତେବେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲ। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା। ଏହାରି ମଧ୍ୟରେ ଗୁରୁବାର ଆସିଥିଲା ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ପ୍ରାଥମିକ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ନଦୀ ପାଣିରେ ବୁଡ଼ିବା ଅବସ୍ଥାରେ ମୃତଦେହ ମିଳିଥିବାରୁ ଶ୍ୱାସ ରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରେ ଥିବା ସୂତ୍ରରୁ ଜଣାପଡ଼ିଛି । ତ୍ରିଶୂଳିଆ ବ୍ରିଜ ଉପରୁ କାଠଯୋଡ଼ି ନଦୀ ତଳକୁ ପଡ଼ିଥିବାରୁ ଡାକ୍ତରୀ ଛାତ୍ରୀ ମୁର୍ମୁଙ୍କ ଛାତୀରେ ଫ୍ୟାକଚର ହୋଇଥିବା ରିପୋର୍ଟରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories