Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି, ତ୍ରିକୋଣୀୟ ପ୍ରେମ ସମ୍ପର୍କ ଅଭିଯୋଗ ବାବଦରେ ଖୋଳତାଡ଼ କରିବ ପୋଲିସ

Odisha

Chandrika Death Mystery / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି, ତ୍ରିକୋଣୀୟ ପ୍ରେମ ସମ୍ପର୍କ ଅଭିଯୋଗ ବାବଦରେ ଖୋଳତାଡ଼ କରିବ ପୋଲିସ

Bikash Mohanty
Browse all articles by Bikash Mohanty
·2 hours ago·3 min read
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି, ତ୍ରିକୋଣୀୟ ପ୍ରେମ ସମ୍ପର୍କ ଅଭିଯୋଗ ବାବଦରେ ଖୋଳତାଡ଼ କରିବ ପୋଲିସ
Chandrika

Key Points

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ଚାଲିଛି ଖୋଳତାଡ଼
ଉଦଳାରେ ପହଞ୍ଚିଲେ ବାରଙ୍ଗ ପୋଲିସର ୪ ଜଣିଆ ଟିମ
ଚନ୍ଦ୍ରିକାଙ୍କ ଘରକୁ ଯାଇ କରିବେ ପଚରାଉଚରା
ଭୀମସେନଙ୍କ ବାନ୍ଧବୀ ବାବଦରେ ମଧ୍ୟ କରିବେ ପଚରାଉଚରା
ଉଦଳା,୧୫/୦୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ ଜାରି। ମୟୂରଭଞ୍ଜର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ପ୍ରେମିକ ଭୀମସେନ ଟୁଡୁ ଜେଲ୍ ଯିବା ପରେ ବି ପୁଲିସ ତନାଘନା ଜାରି ରଖିଛି। ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ବାରଙ୍ଗ ଥାନାର ଏକ ଟିମ୍ ମୟୂରଭଞ୍ଜJର ଉଦଳା ଯାଇଛି । ଏହି ଟିମ୍‌ରେ ଜଣେ ସବଇନ୍ସପେକ୍ଟରଙ୍କ ସହିତ ୪ ଜଣ ରହିଛନ୍ତି।ବାପା, ମା, ଭାଇ ଏବଂ ମାମୁଁ ଝିଅକୁ ପଚରା ଉଚରା କରିବେ ଟିମ୍। ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ସମ୍ପର୍କ ଏବଂ ନୂଆ ବାନ୍ଧବୀଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବ ପୁଲିସ।

ଏହି ଟିମ୍ ଚନ୍ଦିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ । ସ୍କୁଲ୍ ଜୀବନରୁ କିଭଳି ଉଭୟଙ୍କର ପରିଚୟ ଥିଲା, ପରେ କଲେଜ ଓ ମେଡିକାଲ୍ କଲେଜରେ ସାଙ୍ଗ ହୋଇ ପାଠ ପଢ଼ିବା ଓ ପ୍ରେମ ସମ୍ପର୍କ ସୃଷ୍ଟି ହେବା ନେଇ ପୁଲିସ ଯୋଗାଡ଼ କରିବ । ସେହିପରି ଏତଲା ପରେ ଚନ୍ଦ୍ରିକାଙ୍କ ଗ୍ରାମବାସୀ ଓ ଅନ୍ୟ ସମ୍ପର୍କୀୟମାନେ ଚନ୍ଦ୍ରିକା-ଭୀମ୍‌ସେନ୍‌ଙ୍କ ସମ୍ପର୍କରେ ହୋଇଥିବା ଫାଟ ବିଷୟରେ ଗଣମାଧ୍ୟରେ ବହୁ କଥା କହିଥିଲେ । ସେଗୁଡ଼ିକର ସତ୍ୟତା ମଧ୍ୟ ପୁଲିସ ଯାଞ୍ଚ୍ କରିବ। ପରେ ବାଲେଶ୍ୱର ମେଡିକାଲ୍ ଯାଇ ଚନ୍ଦ୍ରିକାଙ୍କ କିଛି ସହପାଠୀଙ୍କ ସହିତ ଏହି ଟିମ୍ ଆଲୋଚନା କରିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଯଦି ଆବଶ୍ୟକ ପଡ଼େ ତାହେଲେ ଅଧିକ ପଚରାଉଚରା ପାଇଁ ଭୀମସେନ୍‌ଙ୍କୁ ରିମାଣ୍ଡରେ ନିଆଯିବ । ସେହିପରି ଭୀମସେନ୍‌ଙ୍କ ନୂଆ ପ୍ରେମିକାଙ୍କୁ ମଧ୍ୟ ପଚରାଉଚୁରା ପାଇଁ ଥାନାକୁ ଡକାଯାଇପାରେ ବୋଲି ବାରଙ୍ଗ ଥାନା ପୁଲିସ ସୂଚନା ଦେଇଛି ।

ଗତ ୧୨ ତାରିଖରେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ମୟୂରଭଞ୍ଜ ବିଶୋଇ ଥାନାରେ ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁ। ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଥିଲା।

ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ । ଗୋରା ହେବାକୁ କସମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକଶନ ନେଉଥିଲେ । ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ହିରାମଣି ପୋଲିସକୁ କହିଥିଲେ।

ପଢନ୍ତୁ ଏହି ଖବର: ଭୁବନେଶ୍ବରରେ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗର ପର୍ଦ୍ଦାଫାସ,ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କରୁଥିଲେ ଠକେଇ,ଜଣେ ଯୁବତୀ ସମେତ ୪ ଗିରଫ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ଚନ୍ଦ୍ରିକାଙ୍କ ମାମୁ ଝିଅ ରଶ୍ମିତା । ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଚନ୍ଦ୍ରିକା ଓ ଭୀମସେନ ପରସ୍ପର ସହ ସମ୍ପର୍କରେ ଥିଲେ । ଏତିକି ନୁହେଁ ବାହାଘର ହୋଇନଥିଲେ ବି ଆଗୁଆ ଯୌତୁକ ନେଇଥିଲେ ଭୀମସେନ । ଚନ୍ଦ୍ରିକାଙ୍କ ଟଙ୍କାରେ ଭୁବନେଶ୍ବରରୁ ଫ୍ରିଜ, ଟିଭି, ଏସି କିଣି ନିଜ ଘରକୁ ନେଇଥିଲେ ଭୀମସେନ । ପୂର୍ବରୁ ଲ୍ୟାପଟପ୍, ଆଇପ୍ୟାଡ ଓ ଟ୍ୟାବଲେଟ ନେଇଥିବା କହିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ। ବାହାଘର ଠିକ୍ ହୋଇଥିଲା, ଆଗୁଆ ଯୌତୁକ ବି ନେଇଥିଲେ କିନ୍ତୁ ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ବଦଳାଇଦେଲା ସବୁକିଛି ।
ତେବେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲ। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା। ଏହାରି ମଧ୍ୟରେ ଗୁରୁବାର ଆସିଥିଲା ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ପ୍ରାଥମିକ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ନଦୀ ପାଣିରେ ବୁଡ଼ିବା ଅବସ୍ଥାରେ ମୃତଦେହ ମିଳିଥିବାରୁ ଶ୍ୱାସ ରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରେ ଥିବା ସୂତ୍ରରୁ ଜଣାପଡ଼ିଛି । ତ୍ରିଶୂଳିଆ ବ୍ରିଜ ଉପରୁ କାଠଯୋଡ଼ି ନଦୀ ତଳକୁ ପଡ଼ିଥିବାରୁ ଡାକ୍ତରୀ ଛାତ୍ରୀ ମୁର୍ମୁଙ୍କ ଛାତୀରେ ଫ୍ୟାକଚର ହୋଇଥିବା ରିପୋର୍ଟରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored