Videos
|
Odisha

Chandrika Death Case / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

Bikash Mohanty
Browse all articles by Bikash Mohanty
·2 months ago·2 min read
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା
Bhimsen Tudu

Key Points

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା
ପୁରୁଷ ବନ୍ଧୁ ଭୀମସେନଙ୍କ ବିରୋଧରେ ଲାଗିଲା ସଙ୍ଗିନ ଦଫା
ଭୀମସେନଙ୍କ ବିରୋଧରେ ଲାଗିଲା BNS ଧାରା-୬୯
ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ହୋଇଥିଲା ଶେଷ ଦେଖା
ଜେରା ବେଳେ ସ୍ୱୀକାର କରିଛି ଅଭିଯୁକ୍ତ ଭୀମସେନ
କଟକ,୨୫/୦୬: ଚନ୍ଦ୍ରିକା ମୃତ୍ୟୁ ମାମଲାରେ ପ୍ରେମିକ ଭୀମସେନ ବିରୋଧରେ ଲାଗିଲା BNSର ସାଙ୍ଗିନ ଧାରା ୬୯। ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଛନ୍ଦି ହେଲା ଅଭିଯୁକ୍ତ ଭୀମସେନ। ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ। ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଶେଷ ଦେଖା ହୋଇଥିବା ନେଇ ବଡ଼ ଖୁଲାସା।ଭୁବନେଶ୍ୱରରେ ରହିବା ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ସ୍ୱୀକାର କଲା ଅଭିଯୁକ୍ତ।

ଭୀମସେନ ବିବାହ ପାଇଁ ସିଧାସଳଖ ମନା କରିଥିବା ଅଭିଯୋଗ ତଦନ୍ତରେ ହେଲା ସ୍ପଷ୍ଟ । କେଉଁ ପରିସ୍ଥିତି ଏବଂ କେଉଁ କାରଣ ପାଇଁ ବିବାହ ଭାଙ୍ଗିଥିଲା, ସେ ନେଇ ପୋଲିସକୁ ମିଳିଲା ସୁରାକ। ଏହା ଏକ ‘ସ୍ପେଶାଲ ରିପୋର୍ଟ କେସ୍’।  ଫାଇନାଲ୍ ଚାର୍ଜଶିଟ୍ ବେଳେ ବଢ଼ିପାରେ ଅଭିଯୁକ୍ତର ଆଇନଗତ ଦଫା ବୋଲି ସୁଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ।

ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ ବେଳେ ପୋଲିସ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ କଥାବାର୍ତ୍ତାର ଫୋନ କଲ ଅଡିଓ ପାଇଥିଲା।
ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ । ଗୋରା ହେବାକୁ କସମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକଶନ ନେଉଥିଲେ । ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ହିରାମଣି ପୋଲିସକୁ କହିଥିଲେ।

ପଢନ୍ତୁ ଏହି ଖବର: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: ୧୦ ଦିନ ପରେ ବି ପୋଲିସ ହାତ ଖାଲି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ଚନ୍ଦ୍ରିକାଙ୍କ ମାମୁ ଝିଅ ରଶ୍ମିତା । ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଚନ୍ଦ୍ରିକା ଓ ଭୀମସେନ ପରସ୍ପର ସହ ସମ୍ପର୍କରେ ଥିଲେ । ଏତିକି ନୁହେଁ ବାହାଘର ହୋଇନଥିଲେ ବି ଆଗୁଆ ଯୌତୁକ ନେଇଥିଲେ ଭୀମସେନ । ଚନ୍ଦ୍ରିକାଙ୍କ ଟଙ୍କାରେ ଭୁବନେଶ୍ବରରୁ ଫ୍ରିଜ, ଟିଭି, ଏସି କିଣି ନିଜ ଘରକୁ ନେଇଥିଲେ ଭୀମସେନ । ପୂର୍ବରୁ ଲ୍ୟାପଟପ୍, ଆଇପ୍ୟାଡ ଓ ଟ୍ୟାବଲେଟ ନେଇଥିବା କହିଛନ୍ତି ଚନ୍ଦ୍ରିକାଙ୍କ ମାମୁ ଝିଅ। ବାହାଘର ଠିକ୍ ହୋଇଥିଲା, ଆଗୁଆ ଯୌତୁକ ବି ନେଇଥିଲେ କିନ୍ତୁ ଆଉ ଜଣେ ମହିଳାଙ୍କ ଏଣ୍ଟ୍ରି ବଦଳାଇଦେଲା ସବୁକିଛି ।

ଏହାରି ମଧ୍ୟରେ ଆସିଥିଲା ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ପ୍ରାଥମିକ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ନଦୀ ପାଣିରେ ବୁଡ଼ିବା ଅବସ୍ଥାରେ ମୃତଦେହ ମିଳିଥିବାରୁ ଶ୍ୱାସ ରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରେ ଥିବା ସୂତ୍ରରୁ ଜଣାପଡ଼ିଛି । ତ୍ରିଶୂଳିଆ ବ୍ରିଜ ଉପରୁ କାଠଯୋଡ଼ି ନଦୀ ତଳକୁ ପଡ଼ିଥିବାରୁ ଡାକ୍ତରୀ ଛାତ୍ରୀ ମୁର୍ମୁଙ୍କ ଛାତୀରେ ଫ୍ୟାକଚର ହୋଇଥିବା ରିପୋର୍ଟରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଥିଲା ।
Chandrika Death Case: Serious Charges Added Against Friend Bhimasen | Odisha News | Argus News