Forged Signature Case / ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: ୧୦ ଦିନ ପରେ ବି ପୋଲିସ ହାତ ଖାଲି
·2 months ago·2 min read

Key Points
ଉପ ବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା
ଘଟଣାର ୧୦ ଦିନ ପରେ ବି ପୋଲିସ ହାତ ଖାଲି
ଅଭିଯୁକ୍ତ ମୋନାଲିସା ବେହେରା ନିଖୋଜ
ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା
କ୍ୟାପିଟାଲ ଥାନା ପୋଲିସ ଟିମ୍ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ

ଭୁବନେଶ୍ବର,୨୫/୦୬: ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣାରେ ୧୦ ଦିନ ପରେ ବି ପୋଲିସ ହାତ ଖାଲି। ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ହୋଇଯାଇଛନ୍ତି ନିଖୋଜ। ମିଳୁନି ତାଙ୍କର କୌଣସି ପତ୍ତା। କ୍ୟାପିଟାଲ ପୋଲିସ ଟିମ୍ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ ପରେ ଖାଲି ହାତରେ ଫେରିଲା ଟିମ।
ପୂର୍ବରୁ ହରିଚନ୍ଦନପୁର ବ୍ଲକର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଗିରଫ ହୋଇଥିବା ବେଳେ, ଏବେ ବି ମୋନାଲିସାଙ୍କର କୌଣଷି ସନ୍ଧାନ ମିଳୁନାହିଁ I ଯାହାକୁ ନେଇ ଏକ ଟିମ୍ ଗଠନ ହୋଇ ରାଜ୍ୟସାରା ମାରିଥିଲା ଛାପା। କୁହାଯାଉଥିଲା ନକଲି ଦସ୍ତଖତ ଓ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାରେ ମୁଖ୍ୟ କାର୍ପଟଦାର ଥିଲା ମୋନାଲିସା। ସେ ଏବେ ରାଜ୍ୟ ବାହାରକୁ ଫେରାର ହୋଇଯାଇଛନ୍ତି।
ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣାରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ବାଂଶପାଳ ବ୍ଲକ୍ର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳିର ଗୁରୁତର ଅଭିଯୋଗ ଆଣିଥିଲେ।
ପଢନ୍ତୁ ଏହି ଖବର: ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀକୁ ବାନ୍ଧିଲା ଭିଜିଲାନ୍ସ,୨ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ
ଥାନାରେ ଅଭିଯୋଗ ପରେ ଦୁଇ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଓ ମୋନାଲିସା ବେହେରାଙ୍କ ବିରୋଧରେ ଗତ ୧୭ ତାରିଖରେ ରୁଜୁ ହୋଇଥିଲା ମାମଲା । ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ। ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କଲା ପୋଲିସ। ଅନ୍ୟତମ ଅଭିଯୁକ୍ତ ତଥା ବାଂଶପାଳ ବ୍ଲକର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରାଙ୍କୁ ଖୋଜୁଛି କ୍ୟାପିଟାଲ୍ ଥାନା ପୋଲିସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ଅନୁସାରେ, ଗତ ୧୬ ଜାନୁଆରୀରେ ଏହି ଲେଟର ଲେଖାଯାଇଥିଲା । ଏହି ଚିଠି ଆଧାରରେ ଦୁଇ ଜଣଙ୍କ ବଦଳି ହୋଇଥିଲା । ଉଭୟ ଅଧିକାରୀ ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ. ପ୍ୟାଡ୍ ବ୍ୟବହାର କରି ଜାଲ୍ ଦସ୍ତାବେଜ ପ୍ରସ୍ତୁତ କରିଥିଲେ। ପରେ ସେହି ଦସ୍ତାବେଜକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ଼ ଜିଲ୍ଲାର ବରଗାଁ ଓ ସଦର ବ୍ଲକ୍କୁ ବଦଳି ପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଥିଲା ଯେ, ଉକ୍ତ ଚିଠିଗୁଡ଼ିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନଥିଲା। ତେଣୁ ଏହା ସରକାରୀ ଦସ୍ତାବେଜ ଜାଲିଆତି, ପରିଚୟ ଜାଲିଆତି, ଅପରାଧିକ ଷଡଯନ୍ତ୍ର ଓ ସୂଚନା ପ୍ରଯୁକ୍ତି ଆଇନ ଉଲ୍ଲଂଘନ ଭଳି ଗୁରୁତର ଅପରାଧର ଶ୍ରେଣୀରେ ଆସୁଥିବା ଅଭିଯୋଗ କରାଯାଇଛି ।

Related Topics
Explore more stories