Chandrika Death Case / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ବୁଡିବା ପରେ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା, ରିପୋର୍ଟ ଉପରେ ପରିବାରର ସନ୍ଦେହ
·2 hours ago·3 min read

Key Points
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ଘଟଣା
ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ପାଣିରେ ବୁଡିବା ପରେ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା
ରିପୋର୍ଟ ଉପରେ ସନ୍ଦେହ କଲେ ପରିବାର ଲୋକେ

କଟକ,୧୧/୦୬: କଟକ ତ୍ରିଶୁଳିଆ ସ୍ଥିତ କାଠଯୋଡିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ୱ୍ରମଙ୍କ ମୃତ୍ୟୁ ମାମଲାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଥିବା ସୂଚନା। ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ହତ୍ୟାର ସ୍ପଷ୍ଟ ସୂଚନା ନଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି।
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଅଧିକ ବୁଢ଼ୀଆଣି ଜାଲ ଭଳି ଗୁଡ଼ାଇ ହେବାରେ ଲାଗିଛି। ଏହା ଭିତରେ ଚନ୍ଦ୍ରିକାଙ୍କ ପିଏମ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ସଦସ୍ୟ। ଚନ୍ଦ୍ରିକା ପାଣିରେ ବୁଡିବା ଅସମ୍ଭବ,କାହିଁକି ନା ଯେଉଁ ଜାଗାରୁ ମୃତଦେହ ମିଳିଲା ସେଠାରେ ବହୁତ କମ ପାଣିଥିଲା। ଏତେ ଉଚ୍ଚ ରୁ ଡେଇଁ ଅଳ୍ପ ପାଣିରେ ବୁଡିବା ଅସମ୍ଭବ। ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡାଇ ହତ୍ୟା କରାଯାଇ ଥାଇପାରେ ନଚେତ ଆଉ କେଉଁଠୁ ଶ୍ୱାସରୁଦ୍ଧ କରି ହତ୍ୟା କରି ଆଣି ସେଠାରେ ଫୋପାଡ଼ି ଦିଆଯାଇଥାଇପାରେ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ବାପା।
ପଢନ୍ତୁ ଏହି ଖବର: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର,ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୨୫ରୁ ଅଧିକ ମାମଲା
OAS ଚାକିରୀ କରୁଥିବା ଏବଂ ଭୀମସେନଙ୍କ ବାପା ପୋଲିସରେ ଚାକିରୀ କରୁଥିବାରୁ ପୋଲିସ ତାଙ୍କୁ ଅନୁକମ୍ପା ଦେଖାଉଛି। ଘଟଣାରେ କିଛି ହୋଇ ନ ଥିବା ବେଳେ ପୋଲିସ ର ଏତଲା କପି ସାମ୍ନାକୁ ଆସିବା ଭୀମସେନ ବେଲ ଆବେଦନ କରିବା ଏବଂ ତା ପରେ ପିଏମ ରିପୋର୍ଟ ଆସିବା ଦର୍ଶାଉଛି ଯେ ପୋଲିସ ଭୀମସେନ ସହିତ ମିଳି ଏଭଳି କରୁଛି ବୋଲି ଚନ୍ଦ୍ରିକାଙ୍କ ବାପା ଅଭିଯୋଗ କରିଛନ୍ତି।
ପୁରୁଷ ବନ୍ଧୁକୁ ଧରିବାକୁ ପୋଲିସର ଦୁଇଟି ଟିମ୍
ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ BNS ର ଧାରା 108 ରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଖୋଜୁଛି । ମାମଲା ରୁଜୁ ପର ଠାରୁ ଅଭିଯୁକ୍ତ ଜଣକ କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି। ମୋବାଇଲ ସୁଇଚ ଅଫ କରି ଫେରାର ହୋଇଥିବା ପୋଲିସ କହିଥିବା ବେଳେ ତାଙ୍କୁ ଧରିବାକୁ ଦୁଇଟି ଟିମ ଛାନଭିନ୍ କରୁଛନ୍ତି।
ଭୀମସେନ ଯଦିଓ ଜଣେ ସରକାରୀ ଚାକିରିଆ, ତେଵେ ଚନ୍ଦ୍ରିକାଙ୍କୁ କେଉଁ ପ୍ରକାର ମାନସିକ ନିର୍ଯାତନା ଦେଉଥିଲେ? ଯଦି ତାଙ୍କର କୌଣସି ଭୁଲ ନାହିଁ ତେଵେ କାହିଁକି ସେ ପୋଲିସକୁ ସହଯୋଗ କରୁ ନାହାଁନ୍ତି? ଫୋନ ବନ୍ଦ କରି ଫେରାର କାହିଁକି ହେଲେ ! ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଗିରଫ ଜାମିନ ଆବେଦନ କରିବା ପରେ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ତେଵେ ଏହି ମାମଲା ଏକ କଗ୍ନିଜେବଲ୍ ଅଫେନ୍ସ ହୋଇଥିବାରୁ ଆଇନଗତ ଭାବେ ସେ ଜାମିନ ପାଇଁ ଆବେଦନ କରିପାରିବେ, ଏଥିରେ କୌଣସି ନୂଆ କଥା ନାହିଁ। କିନ୍ତୁ ଯଦି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ, ଆଗୁଆ ଜାମିନ ଆବଦେନ କରିବା କେଉଁଠି ନାଁ କେଉଁଠି ଗିରଫଦାରୀ ଭୟ ତେଜିବାରେ ଲାଗିଛି।
ଚନ୍ଦ୍ରିକାଙ୍କ ମୋବାଇଲ ଯାଞ୍ଚ କରୁଛି ପୋଲିସ
ଏହାରି ଭିତରେ ବାରଙ୍ଗ ପୋଲିସ ମୃତ ଚନ୍ଦ୍ରିକାଙ୍କ ମୋବାଇଲ୍ ଫୋନର କଲ୍ ଡିଟେଲ୍ସ ଓ ଟେକ୍ନିକାଲ୍ ଡାଟା ଉପରେ ଯାଞ୍ଚ ଚଳାଇଛି, ଯେଉଁଥିରୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିବା ପ୍ରମାଣ ମିଳିଛି। ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଓ ପ୍ରେମିକର ପ୍ରତାରଣାର ସମସ୍ତ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ, ଏବେ ହାଇକୋର୍ଟରେ ହୋଇଥିବା ଜାମିନ ଆବେଦନ ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଯୋଗ୍ୟ ତ୍ରିଶୁଳିଆ ବ୍ରିଜ ନିକଟରୁ ଡାକ୍ତରୀ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ବାରଙ୍ଗ ଥାନା ପୋଲିସ ଏହି ଘଟଣାରେ ପ୍ରଥମେ ୟୁଡି କେସ ରୁଜୁ କରିଥିଲା । ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ BNS 108 ରେ ମାମଲା ରୁଜୁ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories