ବଦଳିବ ଧଉଳିର ରୂପରେଖ
·1 year ago

ଅର୍ଗସ ବ୍ୟୁରୋ: ଦଳିବ ଧଉଳିର ରୂପରେଖ । ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ । ବିଶ୍ବ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ବାଇକ ରାଲିରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଭାଗ ପକ୍ଷରୁ ଧଉଳିରୁ କୋଣାର୍କ ପର୍ଯ୍ୟନ୍ତ ଏକ "ଐତିହ ସୁପରବାଇକ ରାଲି"ର ଶୁଭାରମ୍ଭ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ରାଲିକୁ ଉଦ୍ଘାଟନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଓଡିଶାକୁ ସାରା ବିଶ୍ବର ଲୋକଙ୍କ ସୁଅ ଛୁଟିବ। ପର୍ଯ୍ୟଟନ ବିଭାଗ ଏ ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି। ଧଉଳିର ଏକ ନୂଆ ରୂପ ଦେଖିବ ସାରା ବିଶ୍ବ । ପ୍ରାକୃତିକ ପର୍ଯ୍ୟଟନରେ ଭରପୁର ଓଡିଶା। ଦେଶରେ ୩ ନମ୍ବର ଓଡିଶା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପହଞ୍ଚାଚିବା ପାଇଁ ବିଭାଗ ପ୍ରୟାସ ରହିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

