Videos
|
Odisha

ଯବାନଙ୍କ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ, ଏବେ ବି ଫେରାର ଅଭିଯୁକ୍ତ

Jitendra Dash
Browse all articles by Jitendra Dash
·2 years ago·2 min read
ଯବାନଙ୍କ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ, ଏବେ ବି ଫେରାର ଅଭିଯୁକ୍ତ

ଅର୍ଗସ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । କ୍ରିକେଟ ଖେଳରୁ ବଚସା ଆଉ ତା ପରେ ହତ୍ୟା । ଯବାନଙ୍କୁ ପିଟିପିଟି ମାରିଦେଲେ ଦୃର୍ବୃତ୍ତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି କାଳିପଲ୍ଲୀ ଗ୍ରାମରେ । ନିଜର ୧୦ ଦିନର ଝିଅକୁ ଛାଡି ସବୁ ଦିନ ପାଇଁ ଛାଡି ଚାଲିଗଲା ବାପା । ନିଜ ନବଜାତ ଶିଶୁକୁ ଦେଖିବା ପାଇଁ ୨୦ ଦିନର ଛୁଟି ନେଇ ଘରକୁ ଆସିଥିଲେ ଭାରତୀୟ ସେନାରେ କାମ କରୁଥିବା କାଳିପଲ୍ଲୀର ଯୁବକ ଜି. ଦିଲେଶ୍ୱର ପାତ୍ର  । ଝିଅ ପାଇଁ ବେସ ଖୁସି ଥିଲା ପୁରା ପରିବାର ହେଲେ ଏହି ହସ ଖୁସିର ପରିବାର ଉପରେ ଲାଗି ଗଲା କାହାର ନଜର । 

ଗଲା ୩ ତାରିଖ ଦିନ ଗୋପାଳପୁର ଠାରେ ଚାଲିଥିବା କ୍ରିକେଟ ମ୍ୟାଚ ଦେଖିବା ପାଇଁ ଘରେ କହି ଯାଇଥିଲେ । ଆଉ ସେଠାରେ କୌଣସି ଏକ କାରଣକୁ ନେଇ ଦୃର୍ବୃତ୍ତଙ୍କ ସହ ବଚସା ହୋଇଥିଲା । ଆଉ କ୍ରିକେଟ ଖେଳ ଦେଖି ଘରକୁ ଫେରିବା ବେଳେ ହରିପୁର ଛକ ନିକଟରେ ଜଗିରହିଥିବା ଦୃର୍ବୃତ୍ତ ମାନେ କରିଥିଲେ ଆକ୍ରମଣ । ଘଟଣା ସ୍ଥଳରେ ଟଳି ପଡିଲେ ଡିଲେଶ୍ୱର । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ ଭୁବନେଶ୍ୱର ଅଣାଯାଇଥିଲା । ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଛନ୍ତି ଡିଲେଶ୍ୱର । ଯବାନଙ୍କ ମୃତ୍ୟୁ ପରେ ଚାରିଆଡେ ଚହଳ ପଡିଛି । ଜଣେ ଯବାନଙ୍କୁ କେମିତି ଦୃର୍ବୃତ୍ତ ମାନେ ହତ୍ୟା କଲେ ବୋଲି ଚର୍ଚ୍ଚା ହେଉଛି । 

 

ଏହି ଚର୍ଚ୍ଚା ଭିତରେ ଡିଲେଶ୍ୱରଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଅଭିଯୋଗ ଅନୁସାରେ, ଗୋପାଳପୁରରେ ହେଉଥିବା କ୍ରିକେଟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଡିଲେଶ୍ୱର । ସେହି ସମୟରେ କୌଣସି କାରଣରୁ ମ୍ୟାଚରେ ହାରି ଯାଇଥିବା ଦଳର ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା । ତାପରେ ଫେରିବା ବାଟରେ ଡିଲେଶ୍ୱରଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ସେଦିନର ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କୁ ଖୋଜିବା ସହ ଜଣଙ୍କୁ ଅଟକି ରଖି ପଚରାଉଚୁରା କରୁଛି ଗଞ୍ଜାମ ପୋଲିସ । ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ମର ଶରୀର ଗାଁରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଗାଁ ମଶାଣିରେ ଗାର୍ଡ ଅଫ ଅନର ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଜନ୍ମ ମାଟିରେ ହୋଇଥିଲା  ଯବାନଙ୍କ ଶେଷକୃତ୍ୟ ।
 

Chatrapur Jawan Murder case | Argus News