Chemical Ripened Fruits / ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା, ୨୦ କେଜି କଦଳୀ ଜବତ, ଜରିମାନା ଲାଗୁ
·1 hour ago·2 min read

Key Points
ପାର୍ବଣ ପୂର୍ବରୁ ଫଳ ଗୋଦାମ ଉପରେ ଚଢାଉ
ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା
ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ
ବ୍ରହ୍ମପୁରରେ ୫ ହଜାର ଟଙ୍କା ଜରିମାନା ଆଦାୟ
ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା
ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ
ବ୍ରହ୍ମପୁରରେ ୫ ହଜାର ଟଙ୍କା ଜରିମାନା ଆଦାୟ
ପୁରୀ/ବ୍ରହ୍ମପୁର: ପାର୍ବଣ ଋତୁ ଆସୁ ଆସୁ ଫଳ ବଜାରରେ ଆରମ୍ଭ ହୋଇଛି ଜୋରଦାର ଯାଞ୍ଚ। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିଛି ଖାଦ୍ୟ ନିରାପତ୍ତା ବିଭାଗ। କୃତ୍ରିମ ଉପାୟରେ ଫଳ ପଚାଇବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଫଳ ସଂରକ୍ଷଣ ଅଭିଯୋଗରେ ପୁରୀ ଓ ବ୍ରହ୍ମପୁରର ବିଭିନ୍ନ ଫଳ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି। ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ବ୍ରହ୍ମପୁରରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ମହାନଗର ନିଗମ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଯାଞ୍ଚ କରାଯାଇଛି। ବଡ଼ଶଙ୍ଖ, ରେଡକ୍ରସ ରୋଡ୍ ଓ ମାର୍କେଟ ଛକ ଅଞ୍ଚଳରେ ଥିବା ବିଭିନ୍ନ ଫଳ ଗୋଦାମ, ଖୁଚୁରା ଫଳ ବିକ୍ରେତା ଓ ମିଠା ଦୋକାନରେ ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା।
ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ଫଳକୁ ଶୀଘ୍ର ପଚାଇବା ପାଇଁ ସିଧାସଳଖ କୃତ୍ରିମ ପାଚନ ଏଜେଣ୍ଟ ବା ଅନଧିକୃତ କେମିକାଲ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ଏହାପରେ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଥିବା ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନିୟମ ଅନୁସାରେ ନଷ୍ଟ କରାଯାଇଥିଲା।
ପଢନ୍ତୁ ଏହି ଖବର: ଓରାଙ୍ଗଉଟାନ ଚାଲାଣ ନେଇ STFର ବଡ଼ କାର୍ଯ୍ୟାନୁଷ୍ଠାନ, ଦୀଘାର ଗ୍ରାଣ୍ଡ ହେରିଟେଜ ହୋଟେଲ ସିଲ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ଏତିକି ନୁହେଁ, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ମୋଟ ୧୨ ହଜାର ଟଙ୍କା ଜରିମାନା ଲଗାଯାଇଛି। ଅନଧିକୃତ କୃତ୍ରିମ ପାଚନ ଏଜେଣ୍ଟ କିମ୍ବା କେମିକାଲ ବ୍ୟବହାର ନ କରିବା ସହ ଖାଦ୍ୟ ସୁରକ୍ଷା ଓ ପରିଷ୍କାର ପରିଚ୍ଛନ୍ନତାର ସମସ୍ତ ନିୟମ ପାଳନ କରିବାକୁ ବ୍ୟବସାୟୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ବ୍ରହ୍ମପୁରରେ ମଧ୍ୟ କୃତ୍ରିମ ଉପାୟରେ ଫଳ ପଚାଯାଉଥିବା ଅଭିଯୋଗକୁ ନେଇ ଖାଦ୍ୟ ନିରାପତ୍ତା ଟିମ୍ର ଚଢ଼ାଉ ହୋଇଛି। ବିଏମ୍ସି ଅଞ୍ଚଳର ବଡ଼ବଜାର ଓ ଦେଶୀବେହେରା ସାହିରେ ଥିବା ବିଭିନ୍ନ ଫଳ ଗୋଦାମ ଓ ଖୁଚୁରା ବିକ୍ରେତାଙ୍କ ଦୋକାନରେ ଯାଞ୍ଚ କରାଯାଇଥିଲା।
ଫଳକୁ କୃତ୍ରିମ ଉପାୟରେ ପଚାଯାଉଛି କି ନାହିଁ, ତାହା ଜାଣିବା ପାଇଁ ଟିମ୍ ପକ୍ଷରୁ ୬ଟି ଫଳ ନମୁନା ସଂଗ୍ରହ କରାଯାଇଛି। ଏହି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି। ଯାଞ୍ଚ ବେଳେ ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇଥିବା ପ୍ରାୟ ୧୦ କିଲୋଗ୍ରାମ ପଚାସଢ଼ା ଫଳ ଜବତ କରାଯାଇ ନଷ୍ଟ କରାଯାଇଛି।
ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ପାର୍ବଣ ସମୟରେ ଲୋକଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ ପଦକ୍ଷେପ ଜାରି ରହିବ ବୋଲି ଜଣାପଡ଼ିଛି।

Related Topics
Explore more stories