Videos
|
Odisha

Hotel Seal / ଓରାଙ୍ଗଉଟାନ ଚାଲାଣ ନେଇ STFର ବଡ଼ କାର୍ଯ୍ୟାନୁଷ୍ଠାନ, ଦୀଘାର ଗ୍ରାଣ୍ଡ ହେରିଟେଜ ହୋଟେଲ ସିଲ୍

Bikash Mohanty
Browse all articles by Bikash Mohanty
·1 hour ago·2 min read
ଓରାଙ୍ଗଉଟାନ ଚାଲାଣ ନେଇ STFର ବଡ଼ କାର୍ଯ୍ୟାନୁଷ୍ଠାନ, ଦୀଘାର ଗ୍ରାଣ୍ଡ ହେରିଟେଜ ହୋଟେଲ ସିଲ୍
Hotel Seal

Key Points

ଓରାଙ୍ଗଉଟାନ ଚାଲଣ ନେଇ ଏସଟିଏଫର ବଡ଼ କାର୍ଯ୍ୟାନୁଷ୍ଠାନ
ଗ୍ରାଣ୍ଡ ହେରିଟେଜ ହୋଟେଲରେ ଚାଲିଥିଲା ବେଆଇନ ଡିଲ୍‌
ଏହି ବେଆଇନ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ହେଉଛନ୍ତି ହୋଟେଲର ମାଲିକ
ଘଟଣା ସାମ୍ନାକୁ ଆସିବା ପରଠାରୁ ହୋଟେଲ ମାଲିକ ଫେରାର
ଫେରାର ଥିବା ହୋଟେଲ ମାଲିକଙ୍କୁ ଧରିବା ପାଇଁ ଜୋରଦାର ତଦନ୍ତ ଓ ଚଢ଼ାଉ ଜାରି
ଭୋଗରାଇ,୧୨/୦୯: ଭୋଗରାଇ ବଡ଼ପାହି ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫର ବଡ଼ କାର୍ଯ୍ୟାନୁଷ୍ଠାନ। ଦୀଘା ସ୍ଥିତ ଗ୍ରାଣ୍ଡ ହେରିଟେଜ ହୋଟେଲ ସିଲ୍ କଲା STF, ହୋଟେଲରେ ଚାଲିଥିବା ଏକ ବେଆଇନ ଡିଲ୍‌ର ପର୍ଦ୍ଦାଫାଶ କରିଛି STF। ମୁଖ୍ୟ ଅଭିଯୁକ୍ତ ଗ୍ରାଣ୍ଡ ହେରିଟେଜ  ହୋଟେଲ ମାଲିକ ଘଟଣା ପରଠାରୁ ଫେରାର ହୋଇଥିବା ଜଣାପଡ଼ିଛି।

ସେପଟେ ପୁଣି ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍। ଦି ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ ପାଖରେ ଥିବା ସି ପ୍ଲେସ୍‌ର ସିସିଟିଭିରେ ଏକ ଗାଡ଼ି ଆସିବା ଏବଂ ସେଠାରେ କିଛି କାରବାର ହେଉଥିବା ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି। ତେବେ ଏହି ଫୁଟେଜ୍‌କୁ ନେଇ ଏବେ ଆହୁରି ସନ୍ଦେହ ବଡୁଛି ।

ଦୀଘାରୁ ପ୍ରାୟ ୨ ଶହ କିଲୋମିଟର ଦୂରରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଚାଲିଛି । ଦୀଘା ପୋଲିସ ସହାୟତାରେ STFର ଏକାଧିକ ଟିମ୍ ଛାନଭିନ ଚଳାଇଛନ୍ତି । STF ବିଛାଇଥିବା ଜାଲରେ ଅଭିଯୁକ୍ତ ଧରାପଡ଼ିଲେ ଖୋଲିବ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣ ଘଟଣାର ରହସ୍ୟ ।

ଏହି ଘଟଣାରେ ବଙ୍ଗୀୟ ବାପା–ପୁଅଙ୍କ ସହ ୩ ଜଣଙ୍କୁ ଉଠାଇଛି STF । ବାପା–ପୁଅ ଥରେ କୋଲକାତା ଯାଇଥିଲେ । STF ଏକାଧିକ ଟିମ୍ ସେମାନଙ୍କୁ ଧରିବା ପାଇଁ ଅଧା କୋଲକାତାକୁ ଘାଣ୍ଟି ପକାଇଲାଣି । ହାଓ୍ୱଡା ସ୍ଥିତ ତାଙ୍କ ଘରେ STF ଖୋଜାଖୋଜି କରିବା ସତ୍ତ୍ୱେ କାହାରିକୁ ପାଇନାହିଁ। ବାଲେଶ୍ଵରର ପ୍ରଭାବଶାଳୀ ବ୍ୟକ୍ତି ଜଣକ ଘଟଣା ଦିନ ହୋଟେଲକୁ ଯାଇନଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସାମ୍ନାକୁ ଆସିଲା ଆଉ ଏକ CCTV ଫୁଟେଜ

ନ୍ୟୁ-ଦୀଘାର ଏକ ହୋଟେଲରେ STF ଟିମ୍ ଛାନଭିନ୍ କରିଛି । ସେଠାକାର ଅନ୍ୟ ଏକ ଦୋକାନର ସିସିଟିଭି କ୍ୟାମେରା ଫୁଟେଜରୁ ଜଣାପଡୁଛି ଯେ ସୋମବାର ରାତି ୧୦ଟା ୫୬ ମିନିଟରେ କଳା ରଙ୍ଗର ଥାର୍ ଓ ତା' ପଛେ ପଛେ ଆଉ ଏକ ଧଳା କାର୍ ଯାଉଥିଲା । ଏହି ଦୁଇଟି ଗାଡ଼ି ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ଘୂରି ବୁଲିଥିଲା । ଥାର୍ ଗାଡ଼ିଟି ରାତି ୧୧ଟା ୩୫ରେ ଭୋଗରାଇର ଓରାଙ୍ଗ ଉଟାନ୍ ଉଦ୍ଧାରସ୍ଥଳକୁ ଯାଇ ୧୨ ମିନିଟ୍‌ରେ ଫେରିଥିବାର ଦୃଶ୍ୟ ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭି କ୍ୟାମେରା ଫୁଟେଜ୍ କଏଦ ହୋଇଛି ।

ଦୀଘାରୁ ବଡ଼ପାହିର ଦୂରତା ପ୍ରାୟ ୨୨ କି.ମି. । ଥାର୍‌ଟି ଅଧଘଣ୍ଟା ଭିତରେ ଏତିକି ଦୂରତା ଅତିକ୍ରମ କରି ଆସିଥିବ ବୋଲି ଏକରକମର ସ୍ପଷ୍ଟ ହୋଇଛି । ଉକ୍ତ ହୋଟେଲରେ ୬ ଜଣ ଚାଲାଣକାରୀ ରହୁଥିଲେ । ୩ ଜଣଙ୍କ ନାମ ହୋଟେଲ ରେଜିଷ୍ଟାରରେ ଉଲ୍ଲେଖ ରହିଛି । କିନ୍ତୁ ବାକି ୩ ଜଣଙ୍କ କୌଣସି ଠିକଣା ନାହିଁ । ୩ ଜଣ ଅଟକଙ୍କ ଭିତରୁ ଜଣେ କଳା ଥାର୍ ଗାଡ଼ି ଚାଳକ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି