Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ

Odisha

ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ

Smruti Parija
Browse all articles by Smruti Parija
·2 years ago·1 min read
ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ

ପୁରୀ:  ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତା ଜୁନ୍ ୧୭ ତାରିଖ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଛତିଶା ନିଯୋଗ । ଶୃଙ୍ଖଳିତ ନୀତି କାନ୍ତି ସହ ମହାପ୍ରଭୁଙ୍କ ସ୍ନାନ ଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତ ସଦସ୍ୟଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। 
ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତି କାନ୍ତି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳିତ କରାଯିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି । ତେବେ ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ସମୟ ଭୋର ୪ଟା ରୁ ୬ଟା ରହିଛି । 

ଏହାପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ଦିନ ୨ଟା ରେ ଛେରା ପହଁରା, ୨ଟା ୪୦ ରେ ହାତୀବେଶ, ୬ଟା ୩୦ ରୁ ୯ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ ରହିଛି। ପରେ ୧୦ଟା ୩୦ ରୁ ରାତ୍ର ୧ ଟା ମଧ୍ୟରେ ବାହୁଡ଼ା ପହଣ୍ଡି, ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି କରାଯିବା ନେଇ ନୀତି ନିର୍ଘଣ୍ଟରେ ସୂଚନା ଦିଆଯାଇଛି। ତେବେ ଉକ୍ତ ଦିନର ନୀତି ଅନୁଯାୟୀ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ।‌ 

ସ୍ନାନ ଯାତ୍ରାରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଶେଷ ହେଲା ଛତିଶାନିଯୋଗ ବୈଠକ। ରାଜ୍ୟ ସରକାର କର୍ପସ୍ ଫଣ୍ଡ ପାଇଁ ୫୦୦ କୋଟି ଦେଇଥିବାରୁ ଛତିଶା ନିଯୋଗ ତରଫରୁ ଧନ୍ୟବାଦ ଜଣାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ  ଓଡିଶା ଖବର...
 

Painting
Sponsored
chhatisa-nijoga-meeting-held-today-at-puri | Argus News