Videos
|
Odisha

ଆସନ୍ତା 14 ରୁ ନଭେମ୍ବର 15 ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ

Smruti Parija
Browse all articles by Smruti Parija
·1 year ago·1 min read
ଆସନ୍ତା 14 ରୁ ନଭେମ୍ବର 15 ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ

ପୁରୀ: ଛତିଶାନିଯୋଗ ବୈଠକ ଶେଷ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଆସନ୍ତା 14 ରୁ ନଭେମ୍ବର 15 ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ହୋଇଛି । ଛତିଶାନିଯୋଗ କରିଛି ଅନୁମୋଦନ । ଦ୍ୱାରଫିଟା ପ୍ରାତଃ 4 ଟାରୁ ହେବ । ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ନେଇ ହୋଇଛି ଆଲୋଚନା । ଦୁଇଟି ଉପରେ ଗୁରୁତ୍ୱ । ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ । 

ପୁରୁଷ ଲୋକଙ୍କ ପାଇଁ ଅଲଗା, ମହିଳା ଓ ଶିଶୁ ମାନଙ୍କ ପାଇଁ ଅଲଗା ଲାଇନ୍, ବୃଦ୍ଧବୃଦ୍ଧାଙ୍କ ପାଇଁ ଅଲଗା ଲାଇନ୍ ନେଇ ଛତିଶାନିଯୋଗରେ ଆଲୋଚନା ହୋଇଛି । ସାତପାହାଚ ଦେଇ ପ୍ରବେଶ ଓ ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି । କାଠ ବ୍ୟାରିକେଡ୍ ହେବ। 6ଟି ଲାଇନ୍ ରେ ପ୍ରବେଶ କରିବେ ଭକ୍ତ ଶ୍ରଦ୍ଧାଳୁ। ବାହାରକାଠରେ ସେବାୟତ ରହିବା ପ୍ରସଙ୍ଗ ପରବର୍ତ୍ତୀ ସମୟରେ ସେବକଙ୍କ ସହ ଆଲୋଚନା ହେବ। କାର୍ତ୍ତିକ ମାସ ଶେଷ ପରେ ଏହି ବ୍ୟବସ୍ଥା ଲାଗୁ ହେବ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: