Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ

ଅର୍ଗସ ବ୍ୟୁରୋ:  ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା 5ଟା 30 ମିନିଟ ସମୟରେ ହେବ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଆଗକୁ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ଆସୁଥିବାରୁ ଶ୍ରୀମନ୍ଦିରରେ ବାଳଭୋଗ, କାର୍ତ୍ତିକ ମାସ ନୀତିନିର୍ଘଣ୍ଟ ଓ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବୈଠକରେ ଆଲୋଚନା ହେବା ସମ୍ଭାନା ରହିଛି । ଏଥିସହ ଅବଢା ଯୋଜନା ମାଧ୍ୟମରେ ଓବିସିସି ଦ୍ୱାରା ଶ୍ରୀମନ୍ଦିର ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ପାଇଁ  ବିସ୍ତୃତ ଆଲୋଚନା କରାଯିବ । ଭକ୍ତଙ୍କ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏତଦବ୍ୟତୀତ ସଭାପତିଙ୍କ ଅନୁମୋଦନ କ୍ରମେ ଅନାନ୍ୟ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chhattis nijog meeting of puri Srimandir today | Argus News