ମହାନଦୀ ପାଣିରେ ମେଣ୍ଟିଲାନି ଶୋଷ

ଅର୍ଗସ ବ୍ୟୁରୋ: ସେତେବେଳେ ମହାନଦୀ ଏବେ ତେଲନଦୀ । ଚକ୍ରାନ୍ତ କରି ଓଡ଼ିଶାର ନଦୀରୁ ପାଣି ଶୋଷି ନେଉଛି ଛତିଶଗଡ। ତଥାପି ଓଡ଼ିଶାର ବିଜେଡି ସରକାରଙ୍କ ନିଦ ଭାଙ୍ଗୁନି। ଇଏ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଗୋଷ୍ଠି ଛାୟା ଅଞ୍ଚଳ । ଯେଉଁଠି ତେଲନଦୀ ଜଳସେଚନ ପ୍ରକଳ୍ପ, ବରେହି ନଦୀ ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟସବୁ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ରହିଛି। ମାତ୍ର ଦୁଇଟି ଜଳସେଚନ ପ୍ରକଳ୍ପର ନିର୍ମାଣ ପାଇଁ ଦୀର୍ଘ 3 ଦଶନ୍ଧି ଧରି ଦାବି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ନାଆଁ ଗନ୍ଧ ନାହିଁ। ସେପଟେ ତେଲ ନଦୀର ବବୁରିଆ ଘାଟଠାରେ ଛତିଶଗଡ଼ ସରକାର ଏକ ପ୍ରକଳ୍ପ ନିର୍ମାଣ କରି ଛତିଶଗଡ଼ ଚାଷୀଙ୍କ ପାଇଁ ଜଳସେଚନର ସୁବିଧା କରୁଛନ୍ତି। ବଡ କଥା ହେଉଛି ଓଡ଼ିଶାର ଜମି ଉପରେ ଛତିଶଗଡ ନିର୍ମାଣ କରୁଛି ପ୍ରକଳ୍ପ। ସ୍ଥାନୀୟ ସାଂସଦ ଅନେକଥର ଶୁଭ ଦେଲେନି। କିନ୍ତୁ ଆଗଉନି ପ୍ରକଳ୍ପ।
ଏହାପୂର୍ବରୁ ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ନିର୍ମାଣ କରିଛି ଛତିଶଗଡ। ଯାହାଫଳରେ ପ୍ରଭାବିତ ହେଉଛନ୍ତି ମହାନଦୀ ଅବବାହିକାରେ ଥିବା ଏକାଧିକ ଜିଲ୍ଲା। ୨୦୧୮ ମସିହାରେ ୭ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରି ମହାନଦୀ ଜଳ ସଂରକ୍ଷିତ କରି ରଖିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। କିନ୍ତୁ ତାହା ବି ସରକାରଙ୍କ ଶୀତଳଭଣ୍ଡାରରେ ପଡି ରହିଛି। ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରଶ୍ନ, ଆଉ କେତେ ଦିନ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବେ ବିଜେଡି ସରକାର ? କୁଆଡ଼େଗଲା 2018ରେ ସରକାର ଘୋଷଣା କରିଥିବା 7 ବ୍ୟାରେଜ୍ ? ତେଲ ନଦୀରେ ଛତିଶଗଡ ବ୍ୟାରେଜ ନିର୍ମାଣ କରିବାସାରିବା ପରେ ଚେତିବେ କି ରାଜ୍ୟ ସରକାର ?
ଅଧିକ ପଢ଼ନ୍ତୁ ଓଡିଶା ଖବର: