ଶେଷ ହେଲା ଛତିଶାନିଯୋଗ ବୈଠକ
ଅଗର୍ସ ବ୍ୟୁରୋ: ଆସନ୍ତା 14ରୁ ନଭେମ୍ବର 15 ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଦ୍ବାରଫିଟା ପ୍ରାତଃ 4ଟାରୁ ହେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ନେଇ ହୋଇଛି ଆଲୋଚନା। ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ। ପୁରୁଷ ଲୋକଙ୍କ ପାଇଁ ଅଲଗା,, ମହିଳା ଓ ଶିଶୁ ମାନଙ୍କ ପାଇଁ ଅଲଗା ଲାଇନ୍,, ବୃଦ୍ଧବୃଦ୍ଧାଙ୍କ ପାଇଁ ଅଲଗା ଲାଇନ୍ ନେଇ ଛତିଶାନିଯୋଗରେ ଆଲୋଚନା। ସାତପାହାଚ ଦେଇ ପ୍ରବେଶ ଓ ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା। କାଠ ବ୍ୟାରିକେଡ୍ ହେବ। 6ଟି ଲାଇନ୍ ରେ ପ୍ରବେଶ କରିବେ ଭକ୍ତ ଶ୍ରଦ୍ଧାଳୁ। ବାହାରକାଠରେ ସେବାୟତ ରହିବା ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ସେବକଙ୍କ ସହ ଆଲୋଚନା ହେବା ନେଇ ସେ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସ ଶେଷ ପରେ ଏହି ବ୍ୟବସ୍ଥା ଲାଗୁ ହେବ।
ଅଧିକ ପଢନ୍ତୁ ଓଡିଶା ଖବର...