Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟରେ ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡା ନୁହେଁ

Odisha

ରାଜ୍ୟରେ ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡା ନୁହେଁ

Rashmita Mishra
Browse all articles by Rashmita Mishra
·1 year ago
ରାଜ୍ୟରେ ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡା ନୁହେଁ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡା ନୁହେଁ । ଅନ୍ୟ କୌଣସି ଉତ୍ସରୁ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଜଙ୍ଗଲି ପଶୁପକ୍ଷୀ କିମ୍ବା ବାହାରୁ ଆସୁଥିବା ପକ୍ଷୀ ବାର୍ଡ ଫ୍ଲୁର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । କେନ୍ଦ୍ରୀୟ ଟିମ୍ ସଂକ୍ରମିତ ଅଂଚଳ ବୁଲି ସ୍ଥିତି ସମୀକ୍ଷା କରିବା ପରେଆଜି ମୁଖ୍ୟ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି । ରାଜ୍ୟର କୌଣସି ବ୍ୟକ୍ତି ବାର୍ଡ ଫ୍ଲୁ ଦ୍ବାରା ସଂକ୍ରମିତ ହୋଇ ନାହାନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତିନିଜଣଙ୍କୁ ଆଇସୋଲେସନରେ ରଖାଯାଇଛି ।ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହା ସହ ଅଧିକ ଟେଷ୍ଟିଂ ଓ ସମ୍ପଲା କଲେକ୍ସନ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ରୀୟ ଟିମ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Chicken is not the cause of bird flu spreading in the state | Argus News