Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନୀ ଋତୁରେ କୁକୁଡା ବେପାରୀ ମାଲେମାଲ୍

Smruti Parija
Browse all articles by Smruti Parija
·2 years ago·1 min read
ନିର୍ବାଚନୀ ଋତୁରେ କୁକୁଡା ବେପାରୀ ମାଲେମାଲ୍

ଭଦ୍ରକ:  ନିର୍ବାଚନୀ ଋତୁରେ ଚିକେନ ଦାମରେ  ମହଙ୍ଗା ମାଡ଼ । ମାଛ ବେପାର ଡାଉନ, ଚିକେନ ବେପାରୀ ମଲେମାଲ୍ । ସଭା ସମିତି, ରା଼ଲିରେ ଲୋକଙ୍କ ପସନ୍ଦ ଚିକେନ । ଦିନକୁ ବେପାର ଯାହା ଥିଲା, ଏବେ ତାହା ଦୁଇଗୁଣ । ଚିକେନ କାଟି କାଟି ବେପାରୀ ବେହାଲ । ଖାଇବାକୁ ପିଇବାକୁ ସମୟ ନାହିଁ । ଦିନକୁ ପାଖାପାଖି ଗୋଟିଏ ଦୋକାନରୁ ଯାଉଛି 4 ରୁ 5 କୁଇଣ୍ଟାଲ ଚିକେନ । ଏପରିକି ଚିକେନ କିଲୋ ପିଛା 200 ଥିଲା, ଏବେ ତାହା ବଢ଼ିକି 260 ରେ ପହଂଚିଲାଣି । ତଥାପି ଲୋକଙ୍କର ନିଘା ନାହିଁ । ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ବେପାରୀ । 

ନିର୍ବାଚନୀ ଋତୁରେ ସବୁବେଳେ ପ୍ରଚାର, ରାଲି, ସଭା କାର୍ଯ୍ୟକ୍ରମ ଆଦି ବିଭିନ୍ନ ଦଳ ପକ୍ଷରୁ ଆୟୋଜନ କରାଯାଉଛି । ଭୋଜି ଭାତରେ ଚିକେନ ଭୋଜି ହେଉଛି । ଆଉ ଚିକେନ୍ ର ଡିମାଣ୍ଡ ଦେଖି ରେଟ୍ ବଢେଇବାରେ ଲାଗିଛନ୍ତି ବେପାରୀ । ସେପଟେ ରେଟ୍ ବଢି ବଢି ଚିକେନ ଦର 200 ରୁ ଆସି 260 ହେଲାଣି । 
 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chicken-price-hike-in-election-time | Argus News