Videos
|
Odisha

ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବାକୁ ନିଯୋଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Smruti Parija
Browse all articles by Smruti Parija
·2 years ago·1 min read
ଭକ୍ତଙ୍କୁ ଉତ୍ତମ ବ୍ୟବହାର କରିବାକୁ ନିଯୋଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:  ଭକ୍ତମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ସମସ୍ତ ନିଯୋଗକୁ  ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆଚରଣ ଉଚାରଣରେ ଶାଳୀନତା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଲେଖିଲେ ଚିଠି । ଅତିଥି ଦେବ ଭବଃର ମର୍ଯ୍ୟାଦା ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କଲେ ମୁଖ୍ୟ ପ୍ରଶାସକ ।

ଚିଠିରେ ଉଲ୍ଲେଖ ରହିଛି ଯେ, ଭକ୍ତଙ୍କ ଯେମିତି କୌଣସି ସ୍ତରରେ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ ନହୁଏ ସେ ସଂକ୍ରାନ୍ତରେ ଆମକୁ ଅଧିକ ସଚେତନ ହେବାର ଆବଶ୍ୟକତା ଅନୁଭୂତ ହେଉଚି । ଭକ୍ତମାନେ ମହାପ୍ରଭୁଙ୍କ ଅତିଥି ଓ ତାଙ୍କ ଅନ୍ତରଙ୍ଗ ଦର୍ଶନାଭିଳାଷ ନେଇ ଆସିଥାନ୍ତି । ସେମାନଙ୍କର ଅସମ୍ମାନ ମହାପ୍ରଭୁଙ୍କ ଅସମ୍ମାନ ସହ ସମାନ । ତେଣୁ ଏଦିଗରେ ସମସ୍ତ କର୍ମଚାରୀ ଓ ସେବକଗଣ ଯତ୍ନବାନ ହେଲେ ସେମାନେ ଭକ୍ତମାନଙ୍କ ଶ୍ରଦ୍ଧା ଓ ସମ୍ମାନ ଭାଜନ ହେବେ ଓ ମହାପ୍ରଭୁଙ୍କ ଆଶିର୍ବାଦ ପ୍ରାପ୍ତ ହେବ । 

ଭକ୍ତମାନଙ୍କ ଠାରୁ ଆମେ ଯେମିତି ଶାଳୀନତା ପୂର୍ଣ୍ଣ ଆବରଣର ଆଶା ରଖିଛେ , ସେହିଭଳି ତାଙ୍କୁ ଶାଳୀନତାପୂର୍ଣ୍ଣ ଆଚରଣରେ ତୁଷ୍ଟ କରିବା ଆମର ଧେୟ ହେଉ ବୋଲି ଚିଠିରେ ଉଲ୍ଲେଖ ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: