Videos
|
Odisha

ପୁରୀକୁ ବରିଷ୍ଠ ନାଗରିକଙ୍କୁ ନଆସିବାକୁ ଅନୁରୋଧ କରି ବିବାଦରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  

Manini Pattanayak
Browse all articles by Manini Pattanayak
·2 years ago·1 min read
ପୁରୀକୁ ବରିଷ୍ଠ ନାଗରିକଙ୍କୁ ନଆସିବାକୁ ଅନୁରୋଧ କରି ବିବାଦରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  

ପୁରୀ: ପୁରୀକୁ ବରିଷ୍ଠ ନାଗରିକଙ୍କୁ ନଆସିବାକୁ ଅନୁରୋଧ କରି ବିବାଦରେ ଫସିବା ପରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। କ୍ଷମା ମାଗିବା ପରିବର୍ତ୍ତେ କଥା ବଦଳାଇଲେ। ତାଙ୍କ କହିବା କଥା ସେ କାହାରିକୁ ଶ୍ରୀମନ୍ଦିର ଆସିବାକୁ କି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ମନା କରି ନାହାନ୍ତି। ବରଂ ଭିଡ଼ରେ ସାମିଲ ନ ହେବାକୁ ଅନୁରୋଧ କରିଛନ୍ତି।

ସେ ଯାହା କହିବାକୁ ଚାହୁଁଥିଲେ ତାହା ଭୁଲ ଉପସ୍ଥାପନା କରିଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ଏତେ ସବୁ ପରେ ମଧ୍ୟ ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନର ପୋଲ୍ ଖୋଲିଛି ସିଂହଦ୍ବାର ସମ୍ମୁଖରେ ଲାଗିଥିବା ଅସମ୍ଭାଳ ଭକ୍ତଙ୍କ ଗହଳି। ପଞ୍ଚକର ପ୍ରଥମ ଦିନରେ ଜଗା ଦର୍ଶନ ନେଇ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେଉଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ।

ଅଧିକ ପଢନ୍ତୁୂ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Administrator of Shrimandi in controversy by requesting senior citizens not to go to Puri | Argus News