Videos
|
Odisha

 ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍ , ୧୦ଟି ସ୍ଥାନରେ ଚଢାଉ 

Manini Pattanayak
Browse all articles by Manini Pattanayak
·1 year ago
 ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍ , ୧୦ଟି ସ୍ଥାନରେ ଚଢାଉ 

କେନ୍ଦୁଝର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

କୈଳାସଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କୈଳାସଙ୍କର ୩୬ଟି ପ୍ଲଟ୍‌ , ୩ଟି ଫ୍ଲାଟ୍ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି। ଭୁବନେଶ୍ୱର, ପୁରୀ, କଟକ, ଯାଜପୁର, କେନ୍ଦୁଝର ସମେତ ୧୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। 
 ଏଥିସହ କେନ୍ଦୁଝର ଅଫିସ , ସରକାରୀ ବାସଭବନ, ଯାଜପୁର ର କୋରେଇ ଓ ବ୍ୟାସନଗର , ଭୂବନେଶ୍ଵର , କଟକ ଓ ପୁରି ର ୧୦ଟି ଜାଗାରେ ଏକକାଳୀନ ଚଢାଉ ଚାଲିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Engineer of Keonjhar Baitarani basin lands in vigilance net, raid on at 10 places | Argus News