Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chief Minister / ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·9 months ago·2 min read
ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Key Points

ଭୂସ୍ଖଳନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି।

ଗଜପତି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ଗଜପତି ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF)ରୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୃତକ ଦ୍ୱୟ ହେଲେ ବସ୍ତ୍ରୀଗୁଡ଼ାର ତ୍ରିନାଥ ନାୟକ ଓ ମେରିପଲ୍ଲୀର ଲକ୍ଷ୍ମଣ ନାୟକ।


ଅର୍ଗସ କ୍ୟାମେରାରେ ଗଜପତି ପେକଟ ଭୟଙ୍କର ଭୁସ୍ଖଳନର ପରର ବାସ୍ତବ ଚିତ୍ର । ଭୁସ୍ଖଖଳ ଯୋଗୁ ନିଖୋଜ ୨ ଜଣଙ୍କର ୨୪ ଘଣ୍ଟା ପରେ ବି ମିଳିନି ପତ୍ତା । ରାମଗିରି ଘାଟିରେ ଭୁସ୍ଖଳନର କିଛି ଘଣ୍ଟା ଭିତରେ ଗ୍ରାଉଣ୍ଡ ଜିରୋରେ ପହଁଞ୍ଚିଲା ଅର୍ଗସ ଟିମ । ଭୁସ୍ଖଳନ ହୋଇଥିବା ପେକଟ ଗାଁ ପାଖର ଏହି ସ୍ଥାନରେ ଥିଲା ଶୋକାକୁଳ ପରିବେଶ । ପ୍ରାୟ ସମସ୍ତଙ୍କ ଆଖିରେ ଲୁହ। ଛାତି ପିଟି କାନ୍ଦୁଛନ୍ତି କାରଣ ସଂପର୍କୀୟ ଭାସିଯାଇଛନ୍ତି ଭୟଙ୍କର ଭୁସ୍ଖଳନର।


ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପଡିଆର ଭ୍ରମ ସୃଷ୍ଟି କରୁଥିବା ସ୍ଥାନ କାଦୁଅ- ପାଣିରେ ଭର୍ତ୍ତି । ପ୍ରକୃତି ରଚିଥିଲା ଭୟଙ୍କର ତାଣ୍ଡବ ଲୀଳା ରାମଗିରି ପାହାଡର ଭୁସ୍ଖଳନ ଫଳରେ ବିଲରେ କାମ କରୁଥିବା ପେକଟ ଗାଁର କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜିକ୍ ଶବରଙ୍କ ମିଳୁନି ପତ୍ତା


୧୪ ଘଣ୍ଚାର ନିରବଛିନ୍ନ ଉଦ୍ୟମ ପରେ ଫସିଥିବା ଗର୍ଭବତୀଙ୍କୁ ଉଦ୍ଦାର କରିଥିଲା ଅଗ୍ନିଶମ ଟିମ । ଭୁସ୍ଖଳନ ପରେ ପେକଟ ଗାଁର ଜଣେ ଗର୍ଭବତୀଙ୍କୁ ଉଦ୍ଦାର ପାଇଁ ପହଁଞ୍ଚିଥିଲା ଅଗ୍ନିଶମ ବାହିନୀ । ହେଲେ ଆଗରେ ଚ୍ୟାଲେଞ୍ଜ ଥିଲା ଆଣ୍ଠୁଏରୁ ଅଣ୍ଟାଏ ପର୍ଯ୍ୟନ୍ତ କାଦୁଅ ଓ ପାହାଡରୁ ଖସିଥିବା ପଥର। ହାର ମାନି ନ ଥିଲେ ଉଦ୍ଦାର କାରୀ ଟିମ୍ । ଅତି ସତର୍କତାର ସହ ଗର୍ଭବତୀଙ୍କୁ ଉଦ୍ଦାର କରିଥିଲେ ଅଗ୍ନିଶମ ବାହିନି ।

ଗୁରୁବାର ସମୟ ସାଢେ ୨ ଟା । ଲଗାଣ ବର୍ଷା ପରେ ହଟାତ ଗଜପତି ରାୟଗଡର ରାମଗିରି ଘାଟିରୁ ଖସିଥିଲା ପଥର । ଭୁସ୍ଖଳନର ମାତ୍ରା ଏତେ ଅଧିକ ଥିଲା କିଛି ମୁହୁର୍ତ୍ତରେ ପରିବର୍ତ୍ତନ ହୋଇଥିଲା ତାଲାବାଙ୍ଗ ନଦୀର ଗତିପଥ । ଉଜୁଡି ଯାଇଥିଲା ଗାଁ ଲୋକଙ୍କ ସୁନାର ଫସଲ । ଆପଣଙ୍କ ଆଖି ଆଗରେ ସମତଳ ଦେଖାଯାଉଥିବା ଏ ବିଲରେ ହସୁଥିଲା ଧାନ ଫସଲ । ନିଜ ବିଲରେ କାମ କରୁଥିଲେ କାର୍ତ୍ତିକ ଓ ତାଙ୍କ ପୁଅ ରାଜିକ୍.... ପାହାଡରୁ ଭୟଙ୍କର ଭୁସ୍ଖଳନ ଦେଖି ବଡ ପାଟିରେ ଚିତ୍କାର କରିଥିଲେ ପାଖରେ ଗାଇ ଚରାଉଥିବା ଲାବଣ୍ୟ ରାଇକା.. ହେଲେ ପ୍ରବଳ ବର୍ଷା ଓ ପବନ ଭିତରେ ଲାବଣ୍ୟଙ୍କ ସ୍ବର ପହଁଞ୍ଚିପାରି ନଥିଲା ବାପ ପୁଅଙ୍କ ପାଖରେ.. ସନ୍ଧାନୀ କୁକୁର ସହାୟତାରେ ସକାଳେ ପୁରା ଦମରେ ଉଦ୍ଦାର କାର୍ଯ୍ୟରେ ଲାଗିଥିଲା ଅଗ୍ନିଶମ ଟିମ.. ତେବେ ସଂନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜ ବାପ- ପୁଅଙ୍କର ପତ୍ତା ମିଳି ନ ଥିଲା

ଭୁସ୍ଖଳନ ଯୋଗୁ ବିଛିନ୍ନ ହୋଇଛି ପାରଳାଖେମୁଣ୍ଡି- ରାମଗରି ମୁଖ୍ୟରାସ୍ତା... ମହେନ୍ଦ୍ର ଗିରି ରେ ଫସିଥିବା 20ରୁ ଅଧିକ୍ ପର୍ଯ୍ୟଟକଙ୍କୁ ଉଦ୍ଦାର କରିଥିଲା ପ୍ରଶାସନ.. ଏମାନଙ୍କୁ ଆଣି ଗାରାବନ୍ଧ ପୋଲିସ ଷ୍ଟେସନରେ ରଖାଯାଇଥିବା ବେଳେ ରାତି 3 ଟାରେ ଏଠାରେ ପହଁଞ୍ଚିଥିଲା ଅର୍ଗସ ଟିମ ।


Sponsored
Chief Minister | Chief Minister Announces Financial Assistance | Argus News | Argus News