|
logo
Live

Argus News - ବିକାଶର ଦାୟିତ୍ବ ନେବାକୁ କହି ପ୍ରତାରିତ କଲେ ମୁଖ୍ୟମନ୍ତ୍ରୀ

Odisha

ବିକାଶର ଦାୟିତ୍ବ ନେବାକୁ କହି ପ୍ରତାରିତ କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ବିକାଶର ଦାୟିତ୍ବ ନେବାକୁ କହି ପ୍ରତାରିତ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଯେଉଁଠି ବିଜେଡିର ସ୍ଥିତି ଟଳମଳ ହୁଏ ସାମ୍ନାକୁ ଆସନ୍ତି ନବୀନ। କହିଦିଅନ୍ତି ଆଜିଠୁ ଧାମନଗର ଦାୟିତ୍ବ ମୋର। ଖାଲି ଦାୟିତ୍ବ ମୋର ବୋଲି କହିଦେଲେ ହୋଇଯାଏନି ବିକାଶ। ନବୀନଙ୍କ ସେଇ ପୁରୁଣା ଫର୍ମୁଲା ଏବେ ବୁଝିଗଲେଣି ଭୋଟର। ୨୫ବର୍ଷ ଶାସନ କଲେ କରିପାରିଲେନି ଧାମନଗର ବନ୍ୟା ନିୟନ୍ତ୍ରଣର ସମାଧାନ। 

ଧାମନଗରବାସୀଙ୍କର ସବୁଠାରୁ ବଡ଼ ସମସ୍ୟା। ବର୍ଷା ଦିନରେ ପ୍ରଳୟଙ୍କରୀ ରୂପ ଧାରଣ କରେ ବୈତରଣୀ। ବନ୍ୟା ପାଣିରେ ତ୍ରାହି ତ୍ରାହି ଡାକନ୍ତି ଧାମନଗରବାସୀ। ବୈତରଣୀ ନଦୀରେ ଥିବା ଦୁଇଟି ଏସ୍କେପ ପୋତିଲେ ବନ୍ୟା ନିୟନ୍ତ୍ରଣ ହେବ। କିନ୍ତୁ ବିଜେଡି ଶାସନ ଭିତରେ ବନ୍ୟା ନିୟନ୍ତ୍ରଣ କରିବାକୁ ଫେଲ ମାରିଛି। ପୁଣି ଗତ ଉପନିର୍ବାଚନ ସମୟରେ ଧାମନଗରବାସୀଙ୍କ କ୍ଷତରେ ମଲମ ଲଗାଇବାକୁ ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉପନିର୍ବାଚନ ସରିବା ପରେ ପ୍ରତିଶ୍ରୁତି ଭୁଲିଗଲେ ମୁଖ୍ୟମନ୍ତ୍ରୀ। 

18 ମାସ ତଳେ ଧାମନଗରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା। ଏବେ ପୁଣି ଏକ ନିର୍ବାଚନ ଆଉ ଏତିକି ବେଳେ ବିଜେଡିର ମନେ ପଡ଼ିଲା ଧାମନଗର ବନ୍ୟା କଥା। ଏସ୍କେପ ଉପରେ ତିଆରି କରାଯାଉଛି ଫୁଟ୍ ଓଭର ବ୍ରିଜ୍। ଦୁଇଟି ଫୁଟ୍ ଓଭରବ୍ରିଜ୍ ପାଇଁ ପ୍ରାୟ 8 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜଳସମ୍ପଦ ବିଭାଗ କାମ ଆରମ୍ଭ କରିଛି। କିନ୍ତୁ ବନ୍ୟା ନିୟନ୍ତ୍ରଣ ପାଇଁ ଏସ୍କେପ୍ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲୋକେ ଦାବି କରୁଥିବାବେଳେ ଏବେ ଫୁଟ୍ ଓଭରବ୍ରିଜ୍ ନିର୍ମାଣକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧାମନଗର ବନ୍ୟା ସମସ୍ୟା ନେଇ ବିଜେଡି ସରକାରକୁ ଟାର୍ଟେଟ୍ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ । ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି ବୈତରଣୀ ନଦୀରେ ଅପର ପାର୍ଶ୍ୱରେ ମେଘନାଦ ପାଚେରୀ ଭଳି ନଦୀ ବନ୍ଧ ତିଆରି ହେଉଛି । କିନ୍ତୁ ଧାମନଗର ପଟେ ତିଆରି ହେଉନାହିଁ ସ୍ଥାୟୀ ନଦୀ ବନ୍ଧ।  ଏସକେପ ଗୁଡ଼ିକର ବି ମରାମତି କରାଯାଉନାହିଁ ।  ଏଥର ନିର୍ବାଚନରେ ଧାମନଗରବାସୀ ସମର୍ଥନ ଜଣାଇଲେ ଏହି ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ କରିବେ ବୋଲି କହିଛନ୍ତି ସୁରଜ ।
ଧାମନଗର ବିକାଶରେ ମୁଖ୍ୟ ବାଧକ ସାଜିଛି ବନ୍ୟା ସମସ୍ୟା। ଏହାର ସ୍ଥାୟୀ ପ୍ରତିକାର କରିବା ବଦଳରେ ଠିକାଦାର ଓ ବିଜେଡି ନେତାଙ୍କୁ ପୋଷିବାକୁ କରାଯାଇଛି ବାଟ। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ। ବିଜେଡିକୁ ନିର୍ବାଚନରେ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଭୋଟର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ବିକାଶର ଦାୟିତ୍ବ ନେବାକୁ କହି ପ୍ରତାରିତ କଲେ ମୁଖ୍ୟମନ୍ତ୍ରୀ | Argus News