Videos
|
Odisha

ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ ! ଭେଟି ପାରୁନାହାଁନ୍ତି କି ନେତା-ବିଧାୟକ ?

Manini Pattanayak
Browse all articles by Manini Pattanayak
·2 years ago·2 min read
ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ  ! ଭେଟି ପାରୁନାହାଁନ୍ତି କି ନେତା-ବିଧାୟକ ?

ଭୁବନେଶ୍ୱର: ନବୀନ ପଟ୍ଟନାୟକ, ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ଶାସକ ଦଳ ବିଜେଡିର ମୁଖିଆ। କିନ୍ତୁ ବିଜେଡିର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି। ତାଙ୍କୁ ଭେଟାଇବାକୁ ଏକମାତ୍ର ମାଧ୍ୟମ ହେଉଛନ୍ତି ଭି. କେ ପାଣ୍ଡିଆନ୍। ପ୍ରଶାସକରୁ ବିଜେଡି ନେତା ପାଲଟିଥିବା ପାଣ୍ଡିଆନଙ୍କ ବୟାନକୁ ନେଇ ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଏବେ ଘେରାବନ୍ଦୀ କି ? ଏହା ପୁଣି ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ୍ ଆଡ଼କୁ ଇଙ୍ଗିତ କରିଛି, ଯାହା ବାବଦରେ କିଛି ମାସ ତଳେ କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଅବସର ଥିଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ।  ମଂଚରେ ଏକା କାର୍ତ୍ତିକେୟନ ପାଣ୍ଡିଆନ.. ତଳେ  ଥିଲେ କଟକ ବିଜେଡିର ସବୁ ଆଗଧାଡିର ନେତା , ବିଧାୟକ ଓ  ମନ୍ତ୍ରୀ ବ୍ୟାନର କହୁଥିଲା କାର୍ଯ୍ୟକ୍ରମ ଆମ ଓଡିଶା ନବୀନ ଓଡିଶା॥ ଆଉ   ପାଣ୍ଡିଆନଙ୍କ ମୁହଁରୁ ବାହାରୁଥିଲା  ବିଜେଡିକୁ 24 ନିର୍ବାଚନରେ ବିପୁଳ ବ୍ୟବଧାନରେ ଜିତାଇବାର  ଗୋଟିଏ ଗୋଟିଏ ଆହ୍ବାନ  ଅଧିକ ଭୋଟ ବ୍ୟବଧାନ ଯେଉଁ ବୁଥର ଆସିବ ସେଇ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇ ପରିଚୟ କରାଇଦେବେ ବୋଲି କହୁଛନ୍ତି ପାଣ୍ଡିଆନ ପ୍ରଶ୍ନ ବିଧାୟକ- ସାଂସଦ କଣ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାଁନ୍ତି ? ମୁଖ୍ୟମନ୍ତ୍ରୀ କଣ ଘେରାବନ୍ଦୀ...?... ନିଜ ଦଳର ନେତାଙ୍କ ପାଇଁ କଣ ମୁଖ୍ୟମନ୍ତ୍ରୀ ଅପହଞ୍ଚ ? ପାଣ୍ଡିଆନ ହିଁ ଚାହିଁଲେ ବିଧାୟକ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେ ? 

ପୂର୍ବରୁ ଓଡିଶାରେ ଶଶିକଳା ସିଣ୍ଡ୍ରୋମ କଥା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ... ମୁଖ୍ୟମନ୍ତ୍ରୀ ଘେରାବନ୍ଦୀ ବୋଲି ଚର୍ଚ୍ଚା ହୋଇଥିଲା..  ଏବେ ଶଶିକଳା ସିଣ୍ଡ୍ରୋମ ଚର୍ଚ୍ଚାରେ  ପାଣ୍ଡିଆନ ଓ ତାଙ୍କ ଦଳର ନେତା ମୋହର ମାରିବା ପରେ ବିରୋଧୀ ସିଧା ସିଧା ନିଶାନା ସାଧିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କୁ  ତାଙ୍କ ଦଳର ନେତା କେହି ସିଧା ଭେଟି ପାରୁନାହାଁନ୍ତି କି ... ଘେରାବନ୍ଦୀ ହୋଇରହିଛନ୍ତି  କି ମୁଖ୍ୟମନ୍ତ୍ରୀ.. ଖୋଦ ପାଣ୍ଡିଆନ ଓ ତାଙ୍କ ଦଳର ନେତାଙ୍କ ବୟାନ ଏବେ ଓଡିଶାରେ ଶିଶିକଳା ସିଣ୍ଡ୍ରୋମ ଚର୍ଚ୍ଚାକୁ ନୂଆ ବଳ ଦେଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Chief Minister Gherabandi! Can't meet the leader-leader? | Argus News