ଆନ୍ତଃରାଜ୍ୟ ଜଳ ବିବାଦ ପ୍ରସଙ୍ଗରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ

Key Points
- ମୋହନ ସରକାରଙ୍କ କଡା ଆଭିମୁଖ୍ୟ
- ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ଆଣୁଥିବା ପ୍ରକଳ୍ପକୁ କରାଯିବ ଜୋରଦାର ବିରୋଧ
- ମହାନଦୀ, ବଂଶଧାରା, ପୋଲାଭରମ ଭଳି ଆନ୍ତଃରାଜ୍ୟ ପ୍ରକଳ୍ପ ଗୁଡିକରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ
- ଜଳ ବିବାଦ ସମାଧାନ ଦିଗରେ ୨୪ ବର୍ଷର ବିଜେଡି ସରକାର ଫେଲ୍
ଅର୍ଗସ ବ୍ୟୁରୋ : ଚୁପ୍ ବସିଥିଲା ବିଜେଡି ସରକାର । ହେଲେ ବରଦାସ୍ତ କରିବେନି ମୋହନ । ଆନ୍ତଃରାଜ୍ୟ ଜଳ ବିବାଦ ପ୍ରସଙ୍ଗରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ବିବାଦୀୟ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା କରି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ପିପୁଲ୍ସ ସିଏମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାଇଁ ଓଡିଶାବାସୀଙ୍କ ସ୍ଵାର୍ଥ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଓଡିଶାର ସ୍ଵାର୍ଥ ବିରୋଧୀ, ଓଡିଶାବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଓଡିଶାବାସୀଙ୍କ ହକ୍ ପାଇଁ ମୋହନ ସରକାରଙ୍କ କଠୋର ଆଭିମୁଖ୍ୟକୁ ସ୍ଵାଗତ କରିବା ସହ ପୂର୍ବରୁ ଶାସନରେ ଥିବା ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।
ଅନ୍ୟପଟେ ନିଜ ଭୁଲକୁ ନମାନି ରାଜ୍ୟ ସରକାରଙ୍କୁ ଉପଦେଶ ଦେବାକୁ ଆଗେଇ ଆସିଛି ବିଜେଡି । ସରକାର ଅନେକ ଘୋଷଣା କରୁଛନ୍ତି । ହେଲେ ତାକୁ କାର୍ଯ୍ୟକାରୀ କରିବା ଉଚିତ । ଜଳ ବିବାଦ ଏବେ କେବଳ ଆଉ ଦୁଇଟି ରାଜ୍ୟ ଭିତରେ ନାହିଁ । ସରକାର ଆନ୍ଦୋଳନକୁ ଆସନ୍ତିନି, ସମାଧାନ କରନ୍ତି । ଆନ୍ତଃରାଜ୍ୟ ଜଳ ବିବାଦ ବହୁତ ବଡ଼ ସମସ୍ୟା । ଏଥିପାଇଁ ଆକ୍ଟ ଅଛି । ହେଲେ ଯେଉଁ ମାନେ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କହିଛି ବିଜେଡି । କଂଗ୍ରେସ କହିଛି, ଦୁଇ ରାଜ୍ୟ ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରି ସମାଧାନ କରନ୍ତୁ ।
ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର, ଓଡିଶା, ତେଲେଙ୍ଗାନା ଏବଂ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରେ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା ପୋଲାଭରମ ଜଳ ପ୍ରକଳ୍ପ । ସେ ସମୟରେ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ଏହି ପ୍ରକଳ୍ପ ଉପରେ ମୋହର ମାରିବା ପରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାର୍ଯ୍ୟ । ଏ ପ୍ରକଳ୍ପ ଦ୍ଵାରା ଆନ୍ଧ୍ର, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟରୁ ପ୍ରାୟ ୬୦୦ ଗ୍ରାମର ଲୋକମାନେ ସ୍ଥାୟୀଭାବେ ବିସ୍ଥାପିତ ହେବେ । "ପେସା" ଆଇନ ଅନୁସାୟୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କ୍ଷତିଗ୍ରସ୍ତ ହେବାକୁ ଥିବା ଚାରୋଟି ରାଜ୍ୟରେ ଜନଶୁଣାଣି କରିବା କଥା । କିନ୍ତୁ ସମସ୍ତ ନୀତିନିୟମକୁ ଉଲଂଘନ କରି ଆନ୍ଧ୍ର ସରକାର ଦାଦାଗିରି ଭାବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେଉଛି । ସେମିତି ମହାନଦୀକୁ ନେଇ ୨୦୧୬ରୁ ଛତିଶଗଡ ଏବଂ ଓଡିଶା ମଧ୍ୟରେ ଥିବା ଜଳ ବିବାଦ କାହାକୁ ଅଛପା ନାହିଁ । ମହାନଦୀକୁ କେତେବେଳେ ମାଆ ପୁଣି କେତେବେଳେ ଜୀବନରେଖା ବୋଲି କହି ବିଜେଡି ଦୀର୍ଘ ବର୍ଷ ଧରି ରାଜନୀତି ରୁଟି ସେକିଲା ସିନା, କିନ୍ତୁ କୌଣସି ଠୋସ୍ ପଦକ୍ଷେପ ନେଲା ନାହିଁ । ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେଲା, କିନ୍ତୁ ବିଜେଡି ସରକାରର ଉଦାସୀନ ଭାବ ଯୋଗୁଁ ସମୟ ଗଡିବା ଛଡା ଆଉ କିଛି ରାସ୍ତା ବାହାରିଲା ନାହିଁ । ମହାନଦୀ ତଳ ମୁଣ୍ଡରେ ୭ଟି ବ୍ୟାରେଜ କରାଯିବ କହି ଓଡିଆଙ୍କୁ ଭୁଆଁ ବୁଲାଇଥିଲା ବିଜେଡି । ଯାହାର ଫାଇଦା ଉଠାଇ ଛତିଶଗଡ କଲମା ସହ ଏକାଧିକ ବ୍ୟାରେଜ ଓ ଡ୍ୟାମ କରି ମହାନଦୀ ପାଣିକୁ ଗଚ୍ଛିତ କରିଛି କିନ୍ତୁ ତଳ ମୁଣ୍ଡ ଓଡିଶାରେ ମହାନଦୀ ଶୁଖିଲା ।
📱 Get Argus News App
✨ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ଚାବିକୁ ନେଇ ଥାନାରେ ହେଲା ଏତଲା