Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୩ ଜିଲ୍ଲାରେ ୨୦ ନୂଆ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha

୧୩ ଜିଲ୍ଲାରେ ୨୦ ନୂଆ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୧୩ ଜିଲ୍ଲାରେ ୨୦ ନୂଆ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, , ସୁବର୍ଣ୍ଣପୁର ସମେତ 13 ଜିଲ୍ଲାରେ ନୂଆ ବସ ଷ୍ଟାଣ୍ଡ ଉଦଘାଟିତ ହୋଇଛି । ହେଲେ ରାଜ୍ୟର ପ୍ରମୁଖ ଅଞ୍ଚଳ ଗୁଡିକରେ ଏବେ ଯାଏଁ ତିଆରି ହୋଇପାରିଲାନି ବସ ଷ୍ଟାଣ୍ଡ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ସ୍ଥିତି ସଙ୍ଗୀନ । ଏଇ ଯେମିତି ଖଲ୍ଲିକୋଟ ସହର । ଖଲ୍ଲିକୋଟ ଏନଏସି ଗଠନ ହେବାର 50 ବର୍ଷ ପରେ ବି ଆଜି ଯାଏଁ ହୋଇପାରିଲାନି ସ୍ଥାୟୀ ବସଷ୍ଟାଣ୍ଡ । ଖଲ୍ଲିକୋଟରେ ରାସ୍ତା କଡରେ ରହୁଛି ବସ ।  ତେବେ ୨୦୨୩ ଅଗଷ୍ଟ ୨୩ ତାରିଖରେ ଭିସି ଜିରିଆରେ ୨୬ଟି ନୂଆ ବସଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

ସେଥି ମଧ୍ୟରେ ଖଲ୍ଲିକୋଟ ବସଷ୍ଟାଣ୍ଡ ପାଇଁ ବି ଶିଳାନ୍ୟାସ ହୋଇଥିଲା । କିନ୍ତୁ ଆଜି ଯାଏଁ ବସ ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରିଲାନି । ସେହିପରି ଗୋପାଳପୁର ଠାରେ ୬ କୋଟି ଟଙ୍କାରେ ନିର୍ମିତ ନୂଆ ବସ ଷ୍ଟାଣ୍ଡକୁ ୨୦୧୬ରେ ଉଦଘାଟନ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ହେଲେ ନିର୍ମାଣ ହେବାର ୭ ବର୍ଷ ପରେ ବି ହେଲା କାର୍ଯ୍ୟକ୍ଷମ ନହୋଇ ଭୂତ କୋଠି ପାଲଟିଛି ବସ ଷ୍ଟାଣ୍ଡ ।  ଛତ୍ରପୁରରେ  ବି ସାଢେ ୬ କୋଟିରେ ନିର୍ମିତ ବସ ଷ୍ଟାଣ୍ଡ ମଧ୍ୟ ବିଜୁ ଜୟନ୍ତୀ ଦିନ ୨୦୧୬ରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଯାହା ଦୀର୍ଘ ୭ ବର୍ଷ ହେଲା କାର୍ଯ୍ୟକ୍ଷମ ନହୋଇ ପଡ଼ିରହିଛି ।  କୋରାପୁଟର ବି ସେହି ଏକା ଦିନ 10 ଟି ବସଷ୍ଟାଣ୍ଡର ଶିଳାନ୍ୟାସ ହୋଇଥିଲା.. ତେବେ 10ରୁ କେବଳ ସୁନାବେଡାକୁ ଛାଡିଦେଲେ ବାକି 9 ଟି ସ୍ଥାନରେ ବସଷ୍ଟାଣ୍ଡ ହୋଇନି।

ଆଉ ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର । ଜୟପାଟଣାରେ ୨୦୦୦ ମସିହାରେ ଏକ ବସ ଷ୍ଟପ ନିର୍ମାଣ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ବସ ଷ୍ଟାଣ୍ଡ । ସେହିପରି 11 ତଳେ ବାଲେଶ୍ୱରରେ ବସ ଟର୍ମିନାଲ ପାଇଁ ହୋଇଥିଲା ଶିଳାନ୍ୟାସ। ହେଲେ ଆଜି ପର୍ଯ୍ୟନ୍ତ ସରିଲାନ କାମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସବୁ ବ୍ଲକରେ ବସଷ୍ଟାଣ୍ଡ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ବିଧାନସଭାରେ ପରିବହନ ମନ୍ତ୍ରୀ ମଧ୍ୟ କହିଥିଲେ ରାଜ୍ୟର ସବୁ ବ୍ଲକରେ ଉନ୍ନତ ମାନର ବସଷ୍ଟାଣ୍ଡ ପାଇଁ ଯୋଜନା ରହିଛି । କିନ୍ତୁ ୨୪ ନିର୍ବାଚନ ଆଗରୁ ମାତ୍ର ୧୩ ଜିଲ୍ଲାରେ ୨୦ଟି ବସ ଷ୍ଟାଣ୍ଡ କରି ବାକି ଅଞ୍ଚଳ କଥା ଭୁଲି ଯିବେନି ତ ମୁଖ୍ୟମନ୍ତ୍ରୀ ।
ପ୍ରଶ୍ନ ଉଠୁଛି, ଆଉ କେତେ ପାଳି ସରକାରକୁ ଆସିଲେ ଓଡିଶାର ପ୍ରତି ବ୍ଲକରେ ନିର୍ମାଣ ହେବ ସ୍ଥାୟୀ ବସ ଷ୍ଟାଣ୍ଡ ? କେବେ ସରିବ ଅଧାପନ୍ତରିଆ ଅବସ୍ଥାରେ ଥିବା ବସଷ୍ଟାଣ୍ଡ ଗୁଡିକର ନିର୍ମାଣ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Education Next Season 5
Sponsored
Chief Minister inaugurated 20 new bus stations in 13 districts | Argus News