Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।  ରଥଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ସଫେଇ କଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସ‌ିଂହଦେଓ ଏବଂ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।  ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ଆଇନ ଶୃଙ୍ଖଳା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ୪ ଏସପି ପାହ୍ୟା ଅଧିକାରୀ, ୭ ଅତିରିକ୍ତ ଏସପି, ୧୯ ଡିଏସପିଙ୍କ ସମେତ ୫୫ ଇନ୍ସପେକ୍ଟର, ୩୩୭ ଏସ୍ଆଇ, ଏଏସ୍ଆଇ ଓ ୧୩୦୦ ହୋମଗାର୍ଡଙ୍କ ଦାୟିତ୍ବରେ ରହିବ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ଵ । ସହରର ମୋଟ ୨୧ଟି ସ୍ଥାନ ପାର୍କିଂ ପାଇଁ ନିରୂପଣ କରାଯାଇଛି । ବସ୍ ପାଇଁ ୪ଟି, ଲାଇଟ୍ ଭେହିକିଲ ପାଇଁ ୧୧ ଓ ଦୁଇଚକିଆ ପାଇଁ ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ମାଳତୀ ପାଟପୁରଠୁ ଏକ କିମି ପୂର୍ବରୁ ତିନି ଲେନର ବ୍ୟବସ୍ଥା କରାଯାଇଛି । ଇନ୍ ସାଇଡ ଟ୍ରାଫିକ ପାଇଁ ମୋଟ୍ ୯ଟି ଜୋନ, ୧୮ଟି ସେକ୍ଟର ଓ ଆଉଟ୍ ସାଇଡ ଟ୍ରାଫିକ ପାଇଁ ୫ଟି ଜୋନ ଓ ୧୧ଟି ସେକ୍ଟର ରଖାଯାଇଛି । ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ରଖାଯିବା ସହ ରାଜପଥର ୪୦ଟି ସ୍ଥାନରେ ସିସିଟିଭି ଇନଷ୍ଟାଲ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister involved in cleaning program in Saradhabali | Argus News