ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Key Points
- ନୂଆଁଖାଇରେ ଓଡ଼ିଶାର ଚାଷୀଙ୍କୁ ବିଜେପି ସରକାରଙ୍କ ବଡ଼ ଭେଟି
- ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ରାଜ୍ୟର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ମିଳିଲା ସହାୟତା
- ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଗଲା 925 କୋଟିରୁ ଅଧିକ ଟଙ୍କା
- ସିଏମ୍ କିଷାନ ଓ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ହେଲା ଉନ୍ମୋଚନ
- କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜସ୍ବ ଓ ପଞ୍ଚାୟତିରାଜ ମନ୍ତ୍ରୀ
ଅର୍ଗସ ବ୍ୟୁରୋ: କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଏହି ଅବସରରେ ଓଡ଼ିଶାର ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି ଓଡ଼ିଶାର ବିଜେପି ସରକାର। ସମ୍ବଲପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସହାୟତା ମିଳିଛି। ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ମୋଟ 925 କୋଟି ଟଙ୍କା ଟ୍ରାନ୍ସଫର ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁନିଆକୁ ଆହାର ଯୋଗାଉଥିବା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା। ଏହି ଅବସରରେ ସିଏମ୍ କିଷାନ ପୋର୍ଟାଲ୍ ଓ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି । ଚାଷୀଙ୍କ ପରିବାରର ପିଲାଙ୍କ ପାଇଁ ଆରମ୍ଭ ହୋଇଛି କୃଷକ ବିଦ୍ୟାନିଧି ଯୋଜନା। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବିଜେପି ସରକାର ହେବା ଫଳରେ ଓଡ଼ିଆ ସ୍ବାଭିମାନ ଅସ୍ମିତା ଓ ମାର ବିଜୟ ହୋଇଛି। ଯୁବକ, ଗରିବ, ମହିଳା ଓ କୃଷକଙ୍କ ଉନ୍ନତି ଦିଗରେ ବିଜେପି ସରକାର ସର୍ବଦା ରହିଆସିଛି ପ୍ରତିବଦ୍ଧ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
