Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗ ଦେଇ ଓଡିଶା ବିକାଶ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି । ବିରୋଧୀ ଦଳ ନେତା ଓଡ଼ିଶାର ବିକାଶ ପାଇଁ ଯେଉଁ ଗଠନ ମୂଳକ ପ୍ରସ୍ତାବ ଦେବେ ତାକୁ ବିଜେପି ସରକାର ସାଦରରେ ଗ୍ରହଣ କରିବେ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।

ଅଧିକ ପଢନ୍ତୁ : ପରିବର୍ତ୍ତନ ହେବନି ' ବିଜୁ ପଟ୍ଟନାୟକ କ୍ରିଡା ପୁରସ୍କାର' ନାଁ

ଏଥିସହ ' ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର' ନାଁ ନବଦଳିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।  ନାଁ ବଦଳିବା ନେଇ ବିଭିନ୍ନ ଗଣମାଧ୍ୟମରେ ଗୁଜବ ଉଠିଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଁ ବଦଳିବା ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ସେ କହିଛନ୍ତି, "ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନରେ ଦେଳା କରେନି । ଓଡିଶା ତଥା ଦେଶପାଇଁ ବିଜୁବାବୁଙ୍କ ଦାନ ଅତୁଳନୀୟ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଯେମିତି ଚାଲିଥିଲା , ସେମିତି ଚାଲିବ । ଆଜି ଗଣମାଧ୍ୟମରେ ଏପରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Mohan Majhi met Opposition leader Naveen Patnaik | Argus News