ବିଜେଡିର କଟା ଘା'ରେ ପୁଣି ଚୂନ ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଅର୍ଗସ ବ୍ୟୁରୋ: ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଜେଡିର କଟା ଘା' ରେ ଚୂନ ଦେଇ କଲେ ଶାଣିତ ଆକ୍ରମଣ। କହିଛନ୍ତି ପୂର୍ବରୁ ରାଜ୍ୟରେ ଚାଲିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର। ମନ୍ତ୍ରୀ ବିଧାୟକଙ୍କୁ ମଞ୍ଚତଳେ ଛିଡ଼ା କରାଇ ସିଏମଓ ଅଧିକାରୀ ମଞ୍ଚରେ ଦେଉଥିଲେ ଭାଷଣ। ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇବା ଓଡ଼ିଆଙ୍କୁ କଷ୍ଟ ଦେଇଥିଲା। ତେଣୁ ସେମାନେ ସରକାର ପରିବର୍ତ୍ତନ କଲେ।
ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାର କେନ୍ଦ୍ର ଯୋଜନାକୁ ନିଜ ଯୋଜନା କହି ଲୁଟି ନେଉଥିଲେ। ପର ଛୁଆ କୁ ମୋ ଛୁଆ କହିବା କଥା ଲୋକେ ଜାଣିପାରିଲେ। ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲା ବିଜେଡି ସରକାର। ଲୋକମାନେ ଏହାର ଉତ୍ତର ଦେଲେ।
୨୪ ନିର୍ବାଚନରେ ଲୋକସଭାରୁ ମୂଳ ପୋଛ ହୋଇଯିବା ପରେ ବିଜେଡିର ସବୁଠୁ ବଡ଼ ଶକ୍ତି ଥିଲେ ରାଜ୍ୟସଭା ସାଂସଦ। ହେଲେ ଜଣକ ପରେ ଜଣେ ସାଂସଦ ବିଜେଡି ଛାଡ଼ି ବିଜେପିକୁ ପଳାଇବା ଦଳରେ ସୃଷ୍ଟି କରିଛି କମ୍ପନ। ଏତିକି ବେଳେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ନିଆଁରେ ଘିଅ ଢାଳିବା ପରି ଦେଇଛନ୍ତି ବୟାନ। କହିଛନ୍ତି ଖାଲି ରାଜ୍ୟସଭା ସାଂସଦ ନୁହନ୍ତି ବିଜେଡିର ବହୁ ପଦାଧୀକାରୀ, ବିଧାୟକ ଓ ପୂର୍ବତନ ବିଧାୟକ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ମାସେ ଦେଢମାସ ଭିତରେ ସେମାନେ ନେବେ ବିଜେପିର ସଦସ୍ୟତା। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପୂର୍ବାନୁମାନ। କ୍ଷମତାରୁ ଯିବାର ୬ ମାସ ଭିତରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ। ଆଉ ତାହା ଏବେ ଧୀରେ ଧୀରେ ହେବାରେ ଲାଗିଛି ସତରେ ପରିଣତ।
ଜଣକ ପରେ ଜଣେ ରାଜ୍ୟସଭା ସାଂସଦଙ୍କ ଇସ୍ତଫା ସହ ବିଜେଡିର ଦୁର୍ଗ ଭୁଶୁଡ଼ିବା ଆରମ୍ଭ ହେବ ପରେ ଏବେ ମୋଦିଙ୍କ ଲାଇନରେ ବିଜେପି ନେତା ଦେଉଛନ୍ତି ବୟାନ। ଯାହାକି ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ଼ ଆଲୋଡନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର