ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତା ଆଜି ପ୍ରଥମ କ୍ୟାବିନେଟ ବୈଠକ

ଅର୍ଗସ ବ୍ୟୁରୋ : ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେପି ସରକାରର ପ୍ରଥମ କ୍ୟାବିନେଟ ବୈଠକ । ଆଜି ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନତା ମଇଦାନରେ ଶପଥ ପାଇଁ ଚାଲିଛି ପ୍ରସ୍ତୁତି । । ଓଡ଼ିଶାରେ ପ୍ରଥମ ଥର ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଥିବାବେଳେ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ ।
ଅଧିକ ପଢନ୍ତୁ : ଅପେକ୍ଷାର ହେବ ଅନ୍ତ , ଆଜି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, LIC ଚେୟାରମ୍ୟାନ୍ ସିଦ୍ଧାର୍ଥ ମହାନ୍ତି, ଓଡ଼ିଶା କ୍ୟାଡରର ୧୦୦ ଜଣ IAS ଅଧିକାରୀଙ୍କୁ ଦିଆଯାଇଛି ନିମନ୍ତ୍ରଣ ।ଶପଥ ସମାରୋହ ପାଇଁ ସାଧୁ ସନ୍ଥଙ୍କୁ ବି କରାଯାଇଛି ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜଳେଶପଟ୍ଟା ଆଶ୍ରମ ସମେତ ବିଭିନ୍ନ ମଠ ମନ୍ଦିରରୁ ସାଧୁସନ୍ଥ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି ।