Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜେଟ୍ ପୂର୍ବରୁ ରାଜ୍ୟବାସୀଙ୍କ ମତ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବଜେଟ୍ ପୂର୍ବରୁ ରାଜ୍ୟବାସୀଙ୍କ ମତ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ : ବଜେଟ୍ ପୂର୍ବରୁ ମତ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, "ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ମାନଙ୍କର ମତାମତ ନେଇ ବଜେଟ୍‌ର ପୂର୍ବ ପ୍ରସ୍ତୁତି କରିଆସୁଅଛି  । ମୁଁ ସୂଚାଇ ଦେବାକୁ ଚାହେଁ ଯେ, ବର୍ତ୍ତମାନର ସରକାର ଲୋକଙ୍କ ସରକାର । ତେଣୁ ବଜେଟ ପ୍ରସ୍ତୁତିରେ ସାଧରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ଯକ ଅଟେ । ତେଣୁ, ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯିବାର ଅବଶ୍ଯକତା ରହିଛି । "

ଅଧିକ ପଢନ୍ତୁ : ରାଜ୍ୟ କାର୍ଯ୍ୟାଳୟରେ ଲୋକଙ୍କୁ ଭେଟି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ, e-mail, WhatsApp ଓ SMS ମାଧ୍ୟମରେ ମତାମତ ଦେବାପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ, 2024-25 ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛନ୍ତି, ଯାହାକି ୱେବ୍-ପୋର୍ଟାଲ https://budget.odisha.gov.in/ ରେ ଉପଲବ୍ଧ ।  ଏହି ପରାମର୍ଶ ଗୁଡିକ e-mail ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ । ସେହିପରି, ବଜେଟ୍ ସମ୍ୱନ୍ଧୀୟ ମତାମତ WhatsApp ମାଧ୍ୟମରେ (+91)9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ  X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ । ଏହି ସୁବିଧା 20  ଜୁନ 2024 ତାରିଖଠାରୁ 5 ଜୁଲାଇ 2024 ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ (civil society organisations) ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ଅନୁରୋଧ କରାଯାଉଅଛି ଯେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored