Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ:  ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଖେଳିଯାଇଛି ଆନନ୍ଦ। ମୁଖ୍ୟମନ୍ତ୍ରୀଙ୍କର ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ହେଉଛି ପ୍ରସ୍ତୁତି। ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିବେ ଅଞ୍ଚଳବାସୀ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ। ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳାରେ ହେଲିକ୍ୟାପଟର୍ ଯୋଗେ ପହଞ୍ଚି ଝୁମ୍ପୁରାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Mohan Majhi will go to his mother's house today | Argus News