Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅର୍ଗସ ବ୍ୟୁରୋ: ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଖେଳିଯାଇଛି ଆନନ୍ଦ। ମୁଖ୍ୟମନ୍ତ୍ରୀଙ୍କର ସ୍ବାଗତ, ସମ୍ବର୍ଦ୍ଧନା ପାଇଁ ହେଉଛି ପ୍ରସ୍ତୁତି। ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିବେ ଅଞ୍ଚଳବାସୀ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ। ପିପୁଲ ସିଏମ ମୋହନ ମାଝୀ  ପୂର୍ବାହ୍ନ ୯ଟା ୪୫ ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ଘଟଗାଁ ହାଇସ୍କୁଲ ର ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିବେ।

ସେଠାରୁ ଏକ ରୋଡ଼ ସୋ ରେ ଯାଇ ପ୍ରଥମେ ମା ତାରିଣୀ ଙ୍କୁ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ୧୨ଟା ୪୦ମିନିଟରେ ହେଲିକ୍ୟାପଟର୍ ଯୋଗେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚିବେ। ଏଠାରେ ମଧ୍ୟାହ୍ନ ଭୋଜନ ପରେ ୩ଟା ୧୦ମିନିଟରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ରୋଡ଼ ଶୋ କରି କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦବୋଧନ ଦେବେ। ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳାରେ ହେଲିକ୍ୟାପଟର୍ ଯୋଗେ ପହଞ୍ଚି ଝୁମ୍ପୁରାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored