Videos
|
Odisha

ଆଜି ଗୃହରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କ’ଣ ହେବ ନୂଆ ଘୋଷଣା?

Ritu Das
Browse all articles by Ritu Das
·2 years ago·1 min read
ଆଜି ଗୃହରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କ’ଣ ହେବ ନୂଆ ଘୋଷଣା?

ଅର୍ଗସ ବ୍ୟୁରୋ: ଆଜି ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପିତ ହେବ। ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ ତାହା ଉପରେ ନଜର ରହିଛି। କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତା’ଉପରେ ନଜର ଅଟକିଛି।

ମୋହନ ମାଝୀଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ବଜେଟର ଆକାର କେତେ ବଢ଼ିବ? ଜନକଲ୍ୟାଣ ଯୋଜନା ନେଇ କ’ଣ ନୂଆ ଘୋଷଣା ହେବ, ଏହା ଉପରେ ସମସ୍ତଙ୍କ ଆଖି। ଏହାଛଡ଼ା ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କାକୁ ବଢ଼ାଇ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସରକାରଙ୍କ ଆଭିମୁଖ୍ୟ ବଜେଟରୁ ସ୍ପଷ୍ଟ ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Minister Mohan | Argus News