Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ଅର୍ଗସ ବ୍ୟୁରୋ:  ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା...ମୁଖ୍ୟମନ୍ତ୍ରୀ କହିଛନ୍ତି, ଟିମ୍‌ ଓ୍ବାର୍କ ଯୋଗୁଁ ବାତ୍ୟା ମୁକାବିଲାରେ ସଫଳ ହେଲୁ । ଅନେକ ସୂଚନା ପ୍ରଦାନ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ପ୍ରଦାନ କରୁଛୁ। ବାତ୍ୟାରେ ଜିରୋ କାଜୁଆଲିଟିର ଲକ୍ଷ୍ୟ ଆମେ ହାସଲ କରିଛୁ। ଶୁକ୍ରବାର ଅପରାହ୍ନ ସୁଦ୍ଧା ରାସ୍ତାରୁ ସମସ୍ତ ପ୍ରକାର ଅବରୋଧ ହଟାଯାଇଛି । ଆଜି ବର୍ଷା ବାଧକ ହେବାରୁ ବିଦ୍ୟୁତ୍ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି । ଶନିବାର ସୁଦ୍ଧା ବିଦ୍ୟୁତ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ । ବାତ୍ୟାରେ 1ଲକ୍ଷ 75 ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

ଚାଷ ଜମି ତଥା ଫସଲ କ୍ଷୟକ୍ଷତିର ସଂପୂର୍ଣ୍ଣ ବିବରଣୀ ଆସି ନାହିଁ । ସଂପୂର୍ଣ୍ଣ ବିବରଣୀ ଆସିବା ପରେ କ୍ଷତିପୂରଣ ବାବଦରେ ନିଷ୍ପତ୍ତି ନିଆଯିବ । ଆସନ୍ତା 7 ଦିନ ପାଇଁ ବାତ୍ୟା ଆଶ୍ରୟସ୍ଥଳୀରେ ରହିପାରିବେ ଲୋକେ । ବାତ୍ୟା `ଦାନା' ମୁକାବିଲାରେ ପୋଲିସ୍‌ର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା  ପୋଲିସ ତାର ମାନବୀୟତା ଦେଖାଇ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister Mohan Majhi's review of the cyclone | Argus News