Videos
|
Odisha

ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନା ମାଝୀ

Smruti Parija
Browse all articles by Smruti Parija
·2 years ago·1 min read
ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନା ମାଝୀ

ଭୁବନେଶ୍ୱର: ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ କରାଯିବ ଜୋରଦାର ବିରୋଧ । ଆନ୍ତଃ ରାଜ୍ୟ ବିବାଦ ଜଳସେଚନ ପ୍ରକଳ୍ପ ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସୂଚନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଓଡିଶା ସହିତ ଜଡିତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । 

ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସହିତ ସଂପୃକ୍ତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ପ୍ରକଳ୍ପ ଗୁଡିକ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ମହାନଦୀ, ବଂଶଧାରା, ପୋଲାଭରମ ଆଦି ଆନ୍ତଃ ରାଜ୍ୟ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାଇଁ ଓଡିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଓଡିଶାର ସ୍ବାର୍ଥ ବିରୋଧୀ, ଓଡିଶାବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: