Videos
|
Odisha

CM Condolence / ଯୁବ ଆଥଲେଟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, କ୍ରୀଡ଼ା ଜଗତ ପାଇଁ ଏକ ଗଭୀର କ୍ଷତି

Bikash Mohanty
Browse all articles by Bikash Mohanty
·1 hour ago·3 min read
ଯୁବ ଆଥଲେଟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,  କ୍ରୀଡ଼ା ଜଗତ ପାଇଁ ଏକ ଗଭୀର କ୍ଷତି
Mohan Charan Majhi

Key Points

ଯୁବ ଆଥଲେଟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ
ଜୟରାମ ଦଣ୍ଡପତି ଏବଂ ମଳୟ ବାରିକଙ୍କ ଦୁଃଖଦ ମୃତ୍ୟୁରେ ଗଭୀର ମର୍ମାହତ
ସେମାନଙ୍କ ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଗଭୀର କ୍ଷତି
ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା
ଭୁବନେଶ୍ବର,୨୨/୧୦: ଦୁର୍ଘଟଣାରେ ଦୁଇ ଓଡ଼ିଆ ଯୁବ ଆଥଲେଟ୍ ମଳୟ ବାରିକ ଓ ମୃତ୍ୟମ୍ ଜୟରାମ ଦଣ୍ଡପାଟିଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ଏକ ସଡ଼କ ଦୁର୍ଘଟଣାରେ ଆଥଲେଟ୍ ମୃତ୍ୟୁମ୍ ଜୟରାମ ଦଣ୍ଡପତି ଏବଂ ମଳୟ ବାରିକଙ୍କ ଦୁଃଖଦ ମୃତ୍ୟୁରେ ଗଭୀର ମର୍ମାହତ। ସେମାନଙ୍କ ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଗଭୀର କ୍ଷତି । ଏଥିସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି କଷ୍ଟକର ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ଏବଂ ଦିବଂଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ।


ଯୁବ ଆଥଲେଟ୍ ଜୟରାମଙ୍କ ଘର ଭବାନୀପାଟଣାରେ। ସେ 100 ମିଟର, 200 ମିଟର ଓ 4ଗୁଣା ୧୦୦ମିଟର ରିଲେରେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ୨୦୨୪- ସାଉଥ ଏସିଆନ୍ ଜୁନିଅର ଆଥଲେଟରେ ଜିତିଛନ୍ତି ସିଲଭର ଓ ବ୍ରୋଞ୍ଚ ମେଡାଲ । ସେହିପରି ୨୦୨୫- ଇଣ୍ଡିଆଲ ଓପନ ରିଲେ କାର୍ଣ୍ଣିଭାଲରେ ସିଲଭର ମେଡାଲ ଜିତିଥିଲେ । ୨୦୨୫ - ଇଣ୍ଡିଆନ ଓପନ ଆଥଲେଟରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ପଢନ୍ତୁ ଏହି ଖବର: ଖୋଲିଲା କଳିଙ୍ଗ ଷ୍ଟୁଡିଓ, ମାତ୍ର ୨୦ ଟଙ୍କାରେ ଏଣ୍ଟ୍ରି, ସ୍ନୋ ପାର୍କଠୁ ଘୋଷ୍ଟ ହାଉସ୍, ଜାଣନ୍ତୁ ଟିକେଟ୍ ଦାମ୍ ଓ ଟାଇମ୍

୨୦୨୬, ମାର୍ଚ୍ଚ ୨୮- ନ୍ୟାସନାଲ ଓପନ ରିଲେ- ୨ଟି ଗୋଲ୍ଡ ମେଡାଲ ଜିତିଥିଲେ । ୨୦୨୬, ଜୁନରେ ନ୍ୟାସନାଲ ଇଣ୍ଟରଷ୍ଟେଟ ଆଥଲେଟିକ ଚାମ୍ପିଅନସିପରେ ଗୋଲ୍ଡ ଓ ସିଲଭର । ସେହିପରି ଇଣ୍ଡିଆନ ଓପନ ଆଥଲେଟିକ ମିଟ୍‌ U-23- ୨ଟି ଗୋଲ୍ଡ ଜିତିଥିଲେ । .ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୪ରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ବୟସ ବର୍ଗର ୧୦୦ ମିଟର ଦୌଡ଼ରେ ୧୦.୫୦ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣପଦକ ଜିତି ନୂଆ ସମ୍ଭାବନା ତିଆରି କରିଥିଲେ । ତାଙ୍କ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ପାଇଁ ୨୦୨୪ରେ ଏକଲବ୍ୟ ପୁରସ୍କାରରେ ତାଙ୍କୁ ନଗଦ ୧.୫ ଲକ୍ଷ ଟଙ୍କା ସହ ସମ୍ମାନିତ କରାଯାଇଥିଲା ।

ମଳୟ ବାରିକ ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳର । ରାଜ୍ୟକୁ ଅନେକ ଦୌଡକୁଦ ପ୍ରତିଯୋଗିତାରେ ସେ ଗର୍ବିତ କରିଛନ୍ତି । ସେ ମୁଖ୍ୟତଃ ୪୦୦ ମିଟର ଦୌଡ଼ରେ ଭାଗ ନେଉଥିଲେ । ଓଡ଼ିଶା ରାଜ୍ୟ ବରିଷ୍ଠ ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬ । ପୁରୁଷ ୨୩ ବର୍ଷରୁ କମ୍ ବୟସ ବର୍ଗର ୪୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିତି ଜିଲ୍ଲା ପାଇଁ ଗର୍ବ ଆଣିଥିଲେ ମଳୟ । ଇଷ୍ଟ ଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୫:-୨୦ ବର୍ଷରୁ କମ୍ ବୟସ ବର୍ଗର ୪×୪୦୦ ମିଟର ରିଲେରେ ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଶା ଦଳର ସେ ସଦସ୍ୟ ମଧ୍ୟ ଥିଲେ । ଇଣ୍ଡିଆନ୍ ଆଥଲେଟିକ୍ସ ସିରିଜ୍ ୨୦୨୬:- ରାଞ୍ଚିରେ ଆୟୋଜିତ ପ୍ରତିଯୋଗିତାର ପୁରୁଷ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଥିଲେ ମଳୟ । ଇଣ୍ଡିଆନ୍ ଓପନ୍ ଆଥଲେଟିକ୍ସ ମିଟ୍ ୨୦୨୫:- ପାଟନାରେ ଆୟୋଜିତ ପ୍ରତିଯୋଗିତାର ୪୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: