Kalinga Studio Reopens / ଖୋଲିଲା କଳିଙ୍ଗ ଷ୍ଟୁଡିଓ, ମାତ୍ର ୨୦ ଟଙ୍କାରେ ଏଣ୍ଟ୍ରି, ସ୍ନୋ ପାର୍କଠୁ ଘୋଷ୍ଟ ହାଉସ୍, ଜାଣନ୍ତୁ ଟିକେଟ୍ ଦାମ୍ ଓ ଟାଇମ୍
·48 mins ago·2 min read

Key Points
ସାଧାରଣ ଲୋକଙ୍କ ପାଇଁ ଖୋଲିଲା କଳିଙ୍ଗ ଷ୍ଟୁଡିଓ
ସାଧାରଣ ପ୍ରବେଶ ଦର ରହିଛି ୨୦ ଟଙ୍କା
ସ୍ନୋ ପାର୍କ ପ୍ରବେଶ ପାଇଁ ୧୫୦ ଟଙ୍କା.
୩ଡି ଚଳଚ୍ଚିତ୍ର ଦେଖିବା ପାଇଁ ୧୦୦ ଟଙ୍କା
ସାଧାରଣ ପ୍ରବେଶ ଦର ରହିଛି ୨୦ ଟଙ୍କା
ସ୍ନୋ ପାର୍କ ପ୍ରବେଶ ପାଇଁ ୧୫୦ ଟଙ୍କା.
୩ଡି ଚଳଚ୍ଚିତ୍ର ଦେଖିବା ପାଇଁ ୧୦୦ ଟଙ୍କା
ଭୁବନେଶ୍ୱର: ପର୍ଯ୍ୟଟକ ଓ ମନୋରଞ୍ଜନପ୍ରେମୀଙ୍କ ପାଇଁ ଖୁସି ଖବର! ଖୋଲିଛି କଳିଙ୍ଗ ଷ୍ଟୁଡିଓ। ଏଥର ଗୋଟିଏ ସ୍ଥାନରେ ମିଳିବ ମନୋରଞ୍ଜନର ଭରପୂର ମଜା। ସ୍ନୋ ପାର୍କରେ ବରଫର ଅନୁଭୂତି ହେଉ କି ୩ଡି ଚଳଚ୍ଚିତ୍ରର ରୋମାଞ୍ଚ, ଅବା ଘୋଷ୍ଟ ହାଉସ୍ରେ ଭୟ ଓ ରୋମାଞ୍ଚର ଅନୁଭବ ବିଭିନ୍ନ ଆକର୍ଷଣ ସହ ମନୋରଞ୍ଜନର ନୂଆ ଠିକଣା ପାଲଟିବ କଳିଙ୍ଗ ଷ୍ଟୁଡିଓ।
ଷ୍ଟୁଡିଓ ବୁଲିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏବେ ଟିକେଟ୍ ଦର ଓ ବିଭିନ୍ନ ଆକର୍ଷଣର ସମୟସୂଚୀ ସମ୍ପର୍କିତ ସୂଚନା ସାମ୍ନାକୁ ଆସିଛି। ଖାସ୍ କଥା ହେଉଛି, ମାତ୍ର ୨୦ ଟଙ୍କାରେ ଷ୍ଟୁଡିଓ କ୍ୟାମ୍ପସ୍କୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ତେବେ ଭିତରେ ଥିବା ବିଭିନ୍ନ ମନୋରଞ୍ଜନମୂଳକ ଆକର୍ଷଣ ପାଇଁ ଦେବାକୁ ପଡ଼ିବ ଅଲଗା ଟିକେଟ୍।
କେଉଁଠି କେତେ ଟିକେଟ୍ ଦାମ୍?
କଳିଙ୍ଗ ଷ୍ଟୁଡିଓରେ ମନୋରଞ୍ଜନର ଭିନ୍ନ ଭିନ୍ନ ଅନୁଭୂତି ପାଇଁ ରହିଛି ଅଲଗା ଟିକେଟ୍ ବ୍ୟବସ୍ଥା। ଉପଲବ୍ଧ ଟିକେଟ୍ ଦର ତାଲିକା ଅନୁସାରେ:
କଳିଙ୍ଗ ଷ୍ଟୁଡିଓ ପ୍ରବେଶ: ୨୦ ଟଙ୍କା
ସ୍ନୋ ପାର୍କ: ୧୫୦ ଟଙ୍କା -
ମୁଭି ମ୍ୟାଜିକ୍ (୩ଡି ଚଳଚ୍ଚିତ୍ର): ୧୦୦ ଟଙ୍କା
ଆଡଭେଞ୍ଚର ଲ୍ୟାଣ୍ଡ (ଘୋଷ୍ଟ ହାଉସ୍): ୨୫ ଟଙ୍କା
କେବଳ ଷ୍ଟୁଡିଓ ପରିସର ବୁଲିବାକୁ ଚାହୁଁଥିଲେ ୨୦ ଟଙ୍କା କିନ୍ତୁ ସ୍ନୋ ପାର୍କ, ୩ଡି ଚଳଚ୍ଚିତ୍ର କିମ୍ବା ଘୋଷ୍ଟ ହାଉସ୍ର ମଜା ନେବାକୁ ହେଲେ ସେହି ଅନୁସାରେ ଅଲଗା ଟିକେଟ୍ କିଣିବାକୁ ପଡ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଜି ମେଲାଣି ନେବେ ମା', ଭସାଣି ପାଇଁ ଟ୍ବିନ୍ ସିଟିରେ ବ୍ୟାପକ ପ୍ରସ୍ତୁତି; ସୋସିଆଲ ମିଡିଆ ଉପରେ କଡ଼ା ନଜର
ସ୍ନୋ ହାଉସ୍କୁ ଯିବା ପୂର୍ବରୁ ଜାଣନ୍ତୁ ଟାଇମ୍
ସ୍ନୋ ହାଉସ୍ରେ ପ୍ରବେଶ ପାଇଁ ରହିଛି ନିର୍ଦ୍ଦିଷ୍ଟ ସମୟସୂଚୀ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଦୁଇଟି ସମୟ ସ୍ଲଟ୍ ରଖାଯାଇଛି।
ପ୍ରଥମ ସ୍ଲଟ୍: ସକାଳ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ।
ଦ୍ୱିତୀୟ ସ୍ଲଟ୍: ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ଯ୍ୟନ୍ତ।
ପ୍ରତ୍ୟେକ ସ୍ଲଟ୍ରେ ସ୍ନୋ ହାଉସ୍ ଭିତରେ ରହିବାର ଅବଧି ୨୫ ମିନିଟ୍। ତେଣୁ ଟିକେଟ୍ରେ ଉଲ୍ଲେଖ ଥିବା ସମୟକୁ ଧ୍ୟାନରେ ରଖି ନିଜର ଯୋଜନା କରିବା ଜରୁରି। ଟିକେଟ୍ କିଣିବା ପୂର୍ବରୁ ଏହି ନିୟମ ଜାଣି ରଖନ୍ତୁ କଳିଙ୍ଗ ଷ୍ଟୁଡିଓର ସାଧାରଣ ପ୍ରବେଶ ଟିକେଟ୍ କେବଳ କ୍ୟାମ୍ପସ୍କୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ।
ସ୍ନୋ ହାଉସ୍, ହରର୍ ଆକର୍ଷଣ ଓ ମୁଭି ମ୍ୟାଜିକ୍ ପାଇଁ ଅଲଗା ଟିକେଟ୍ ଆବଶ୍ୟକ। ସେହିପରି, ସ୍ନୋ ହାଉସ୍ରେ କେବଳ ଟିକେଟ୍ରେ ଉଲ୍ଲେଖିତ ନିର୍ଦ୍ଦିଷ୍ଟ ସମୟରେ ପ୍ରବେଶ କରିହେବ। ଥରେ ଟିକେଟ୍ କିଣିବା ପରେ ତାହାକୁ ଫେରସ୍ତ କିମ୍ବା ବଦଳ କରିବାର ସୁବିଧା ନାହିଁ ବୋଲି ନିୟମାବଳୀରେ ଉଲ୍ଲେଖ ରହିଛି। ତେଣୁ କଳିଙ୍ଗ ଷ୍ଟୁଡିଓ ବୁଲିବାକୁ ଯିବା ପୂର୍ବରୁ ଟିକେଟ୍ ଦର, ସମୟସୂଚୀ ଓ ପ୍ରବେଶ ସମ୍ପର୍କିତ ନିୟମ ଜାଣି ନିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବୁଲାବୁଲି ଯୋଜନା ହେବ ଆହୁରି ସହଜ ଓ ଆନନ୍ଦଦାୟକ।

Related Topics
Explore more stories